ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ

ଖବର ଆଜିର,ତାରିଖ ୨୩-୦୮-୨୦୨୧/ସୋମବାର

0 301

୧-ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ । ସିଲ୍ ହେଲା ପେଣ୍ଟାଗନ ହୋଟେଲ, ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ ।
୨-ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି
୩-କଣ୍ଟାବାଞ୍ଜିରେ କେନ୍ଦ୍ର ରେଲମନ୍ତ୍ରୀ: କହିଲେ ମୋ କଲମରେ କୌଣସି ପ୍ରକଳ୍ପ ବିଳମ୍ବ ହେବ ନାହିଁ, ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି ।
୪-ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ । ସମୀକ୍ଷା ବୈଠକ ସହ ବରିଷ୍ଠ ନେତା, ସାହିତ୍ୟିକ ଓ ଶିକ୍ଷାବିତଙ୍କୁ ଭେଟିଲେ ଧର୍ମେନ୍ଦ୍ର, କଳାହାଣ୍ଡି ଓ ବଲାଙ୍ଗୀରରେ ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଲେ ଅଶ୍ୱିନୀ ବୈଷ୍ଣବ ।
୫-ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ।
୬-ଆଫଗାନିସ୍ତାନ ପରିସ୍ଥିତିକୁ ନେଇ ଅଗଷ୍ଟ୨୪ରେ G-7 ବୈଠକ ଆହ୍ୱାନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କହିଲେ ତତ୍କାଳ ହେବ ଆଲୋଚନା ।
୭-ଆମେ ଚାହୁଁନା ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ: ପୁଟିନ୍‌ ।
୮-ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ଚେଷ୍ଟା ଚଲାଇଛି ତାଲିବାନ୍‌
୯-ଯୁଦ୍ଧଭୂମି ଆଫଗାନିସ୍ତାନରେ ଭୟଙ୍କର ଅନୁଭୂତି ଧରି ଭାରତ ଫେରିଲେ ୧୬୮ ଯାତ୍ରୀ । ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା ବିମାନ ।
୧୦-ଗଣଶିକ୍ଷା ମନ୍ତ୍ରୀ ଏମଭି-୭ ହାଇସ୍କୁଲ ପରିଦର୍ଶନ କରି ୧୮ ଲକ୍ଷ ଟଂକା ଦେବା ନେଇ ଦେଲେ ପ୍ରତିଶ୍ରୁତି ।
୧୧-କ୍ରିକେଟକୁ ସମର୍ଥନ କରିବାକୁ ତାଲିବାନର ପ୍ରତିଶ୍ରୁତି : କହିଲା,‘ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ବ୍ୟାକୁଳ’ ।
୧୨-ଆୟକର ବିଭାଗ ଇ- ଫାଇଲିଙ୍ଗ ପୋର୍ଟାଲରେ ତୃଟିବିଚ୍ୟୁତି, ଇନଫୋସିସ୍ ସିଇଓଙ୍କୁ ସରକାରଙ୍କ ନୋଟିସ ।
୧୩-ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ.
୧୪-OPSC ୨୦୨୦ ପ୍ରିଲିମ ପରୀକ୍ଷାରେ ସାଙ୍ଘାତିକ ତ୍ରୁଟି, ଆଡମିଟ କାର୍ଡରେ ସିଭିଲ ପରୀକ୍ଷା ଜାଗାରେ ଲେଖାଅଛି ଆସିଷ୍ଟାଣ୍ଡ SOIL କଞ୍ଜର୍ଭେସନ ଅଫିସର .
୧୫-ଆଫଗାନ ଫେରନ୍ତାଙ୍କୁ ଦିଆଯିବ ପୋଲିଓ ଟିକା – ମାଣ୍ଡବୀୟ
୧୬-ଏୟାର ଇଣ୍ଡିଆର ନିର୍ଦ୍ଦେଶ, ପାଇଲଟ୍-ଇନ୍-କମାଣ୍ଡକୁ ‘ସାର୍’ ନୁହେଁ ‘କ୍ୟାପଟେନ୍’ ସମ୍ବୋଧନ କରିବେ ସହ-ପାଇଲଟ ।
୧୭-ତାଲିବାନ ଆତଙ୍କ : କାବୁଲ ବିମାନବନ୍ଦରରେ ଗଲାଣି ୨୦ ଆଫଗାନଙ୍କ ଜୀବନ ।
୧୮-ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା : ସିଏମ୍‌ ଅମରିନ୍ଦର କହିଲେ,‘କାଶ୍ମୀର ଓ ପାକିସ୍ତାନ ବିଷୟରେ ନଜାଣି ବେଶି ଜ୍ଞାନ ବାଣ୍ଟନ୍ତୁ ନାହିଁ’ ।ଶୁଭ ସକାଳ,ସୁପ୍ରଭାତ

 

Leave A Reply

Your email address will not be published.