ଆଜିର ଅନୁଚିନ୍ତା

 ତାରିଖ - ୨୩:୦୮:୨୦୨୧(ସୋମବାର )

0 223

⚜ ମାଆ ଠାରୁ ବେଶି ପାଏ ଯିଏ ଭଲ ଡାହାଣୀ ଯେ ତାକୁ କହି, ଦୂରେଇ ରହିବ ତା’ ଠାରୁ ସର୍ବଦା ମିଛ ସତ କହି
⚜ବିଶ୍ବାସ, ଇଜ୍ଜତ ଓ ଜବାବ ଏହି ତିନୋଟି ଜିନିଷ ଜୀବନରେ ଠିକ୍ ରଖିଲେ ଦୁନିଆ ଆମକୁ ନିଶ୍ଚିତ ସମ୍ମାନ ଦେବ ।
⚜ ନିଜ ଜୀବନକୁ କାହା ସହିତ ତୁଳନା କରନ୍ତୁ ନାହିଁ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ କୌଣସି ସମାନତା ନାହିଁ, ତଥାପି ଦୁହେଁ ନିଜ ନିଜ ସମୟରେ ଚମକିଥାଆନ୍ତି ।
⚜ଆପଣ ଯେତେ ବି ଲମ୍ବା ବା ଉଚ୍ଚା ହୋଇଥାନ୍ତୁ ନା କାହିଁକି ମାତ୍ର ଆସୁଥିବା କାଲିକୁ ଦେଖି ପାରିବେ ନାହିଁ ……।

ଆଜିର ସମୟରେ ଆଧୁନିକ ହୋଇ ଚଳିବା କିଛି ଖରାପ କଥା ନୁହେଁ…. କିନ୍ତୁ ଆଧୁନିକରଣ ପାଇଁ ପରିବାରର ସଂସ୍କାରକୁ ଭୁଲିଯିବା କେବେ ଠିକ୍ ନୁହେଁ।….
କର୍ମ କରିବାରେ ଜୀବ ସ୍ବତନ୍ତ୍ର ନୁହେଁ କି ସୁଖଦୁଃଖ ଭୋଗିବାରେ ମଧ୍ୟ ସ୍ବତନ୍ତ୍ର ନୁହେଁ । ସେ ଯଦି ପରାଧୀନ ହୋଇ ନ ଥାନ୍ତା, ତେବେ ବାଧ୍ୟ ହୋଇ ଦୁଃଖ ଭୋଗନ୍ତା କାହିଁକି ! ସୁଖ ଭୋଗିବାକୁ କିଏ ବା ନ ଚାହେଁ । କେହି କେହି ବିଦ୍ବାନ୍ ହୋଇ ମଧ୍ୟ ସୁଖୀ ନୁହନ୍ତି; ପୁଣି କେହି କେହି ମୁର୍ଖ ହୋଇ ମଧ୍ୟ ଦୁଃଖୀ ନୁହନ୍ତି । ଏପରି ସ୍ଥିତିରେ ମନୁଷ୍ୟ ନିଜର ଶକ୍ତିସାମର୍ଥ୍ୟ ନେଇ ଅହଙ୍କାର କରିବା ବୃଥା । କ’ଣ କଲେ ସୁଖ ବା ଦୁଃଖ ମିଳେ ଏବଂ କ’ଣ କଲେ ସୁଖ ବା ଦୁଃଖ ନାଶ ହୋଇଯାଏ, ତାହା ଜାଣିପାରିଲେ ମଧ୍ୟ, ମୃତ୍ୟୁ ଯେ କେବେ ଆସିବ,ତାହା ଜାଣି ହେବ ନାହିଁ, କି ମୃତ୍ୟୁକୁ କିପରି ଅନ୍ୟଥା କରାଯାଇ ପାରିବ,ତାହା ବି କେହି ଜାଣେ ନାହିଁ ।
ସକଳ ଘଟେ ନାରାୟଣ ବସଇ ଅନାଦି କାରଣ, ଓଁ ନମଃ ଶିବାୟ,ଶୁଭ ସକାଳ , ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାc, ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଂ ଭାଗଭବେତ୍ ॥ ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥

Leave A Reply

Your email address will not be published.