ଆକ୍ସନ ମୋଡରେ ଗଞ୍ଜାମ ପ୍ରଶାସନ

: କାଲିଠୁ ମେ ୨ ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ

0 215

ବ୍ରହ୍ମପୁର ୨୫/୪(ଏସଏସନିୟୁଜ)ସଂକ୍ରମଣର ଚେନ୍ ଭାଙ୍ଗିବାକୁ କଠୋର ହେଲେ ଗଞ୍ଜାମ ପ୍ରଶାସନ । ଆସନ୍ତାକାଲିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ମେଡିସିନ୍ ଷ୍ଟୋର ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ହୋଇଛି ନିଷ୍ପତ୍ତି । ଲୋକଙ୍କ ସୁବିଧା ପାଇଁ ହୋମ୍ ଡେଲିଭେରୀ ସେବା ଯୋଗାଇ ଦିଆଯିବ । ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ଘୋଷଣା କହିଛନ୍ତି ।ଏହାସହ ବ୍ରହ୍ମପୁର ସିଟି ମେଡିକାଲକୁ ତ୍ୟାଗପୂର୍ଣ୍ଣ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ କୋଭିଡ୍ ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ଗର୍ଭବତୀ କୋଭିଡ୍ ସଂକ୍ରମିତ ମହିଳାଙ୍କ ପାଇଁ ୨୫ ଶଯ୍ୟା ବିଶିଷ୍ଟ ଉଦ୍ଦିଷ୍ଟ ଥିବା ସ୍ଥିର ହୋଇଛି । ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସାର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।ସେହିଭଲି ସିଟି ମେଡିକାଲରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ବହିଃ ଚିକିତ୍ସା ଏବଂ ଆଇପିଡି ସେବା ବନ୍ଦ ରହିବ । ମେଡିକାଲକୁ ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର୍ ଭାବେ ଘୋଷଣା କରାଯାଇ ୧୨୫ ଟି ହେଡ୍ ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.