ଅଧା ରହିଲା ଜଗାଦର୍ଶନ

0 52

ଯାଜପୁର,୨୧ା୧୧(ଏସଏସନିଉଜ) ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଅଟୋରେ ଯାଉଥିବାବେଳେ ଅଜଣାଗାଡିଧକ୍କାରେ ୨ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି ।ଏହିଭଳି ଘଟଣା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି । ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ୧୦ ଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟରେ ଭୋର ୪ଟା ଏହି ଦୁର୍ଘଟଣା ଘଟିଛି ।ଏଥିରେ ବିଷମ କଟକ ଅଞ୍ଚଳର ୧୧ବର୍ଷ ନାବାଳକ ଶିବେନ୍ଦ୍ର ମହାପାତ୍ର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳର ୨୦ ବର୍ଷୀୟ ବାଳିକା ପୂଜା ସାହୁ ମୃତ୍ୟୁବରଣ କରିଥିବାବେଳେ ଗୁରୁତର ୮ଜଣଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.