ଠକିଦେଲେ ଜମିବେପାରୀ

୨୦ଲକ୍ଷନେବା ଅଭିଯୋଗରେ ଗିରଫ କାଲ ପୋଲିସ

0 94

ବାରଙ୍ଗ,୨୨ା୧୧(ଏସଏସନିଉଜ)ଜମିଯୋଗଦେଇବାକୁ କହି ୨୦ଲକ୍ଷ ନେଇ ଜମିନଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ବୁଧବାରଦିନ ଜଣେ ଜମିବେପାରୀକୁ ଗିରଫ କରି କୋର୍ଟଚାଳଣ କରିଛି ।ଜମିବେପାରୀ ଜଣଙ୍କ ହେଉଛନ୍ତି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗ୍ରାମର ଶିଖରଚଣ୍ଡିସାହିର ଆଲୋକକୁମାରରାଉତ(୪୩) ।
ପ୍ରକାସ ଯେ,ଆଲୋକ ରଘୁନାଥପୁର ଗାଁ ମୁଣ୍ଡରେ ଏକ ଜମିବେପାର କାର୍ଯ୍ୟାଳୟ କରି ପ୍ଲଟିଂକରି ଜମିବେପାର କରୁଛନ୍ତି । ସରୋଜ କୁମାର ରାଉତ ନାମକ ବ୍ୟକ୍ତି ଜମିକିଣିବା ଉଦ୍ଦେଶ୍ୟରେ ଆଲୋକ ସହ ଯୋଗାଯୋଗ କରିଥିଲେ ।ପରେ ଆଲୋକ ତାଙ୍କୁ ଏକ ଜମି ଦେଖାଇବା ବିବାଦମୁକ୍ତ ତଥା ଭଲ ପ୍ଲଟ ହୋଇଥିବାର ବୁଝାଇବାପରେ ଉଭୟଙ୍କ ସହମତିରେ ଜମିର ମୁଲ୍ୟ ସ୍ଥିର କରାଯାଇଥିଲା ।ଏହାପରେ ସରୋଜ ଜମିକିଣିବାପାଇଁ ଆଲୋକକୁ ଅଗ୍ରିମ ବାବାଦରେ ୨୦ଲକ୍ଷଟଙ୍କା ଦେଇଥିଲେ ।କିନ୍ତୁ ପରବର୍ତିସମୟରେ ଆଲୋକ ଆଉ ଫୋନ ଉଠାଇନଥିଲେ କି ଧରାଦେଇନଥିଲେ ।ସରୋଜ ୧ବର୍ଷ ମଧ୍ୟରେ ବହୁବାର ଜମିବେପାର କାର୍ଯ୍ୟାଳୟକୁ ଆସି ଆଲୋକକୁ ନପାଇ ନିରାଶରେ ଫେରିବାପରେ ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ୧୮୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ମଙ୍ଗଳବାରରାତିରେ ଆଲୋକ ତା କାର୍ଯ୍ୟାଳୟରେ ଥିବାର ବିଶେଷସୁତ୍ରରୁ ଖବରପାଇ ପୋଲିସ ତାକୁ ଗିରଫ କରିଥିଲା । ପଚରା ଉଚରା ବେଳେ ଆଲୋକ ନିଜର ଅପରାଧ ସ୍ଵୀକାର କରିଥିଲେ । ଆଲୋକନାମରେ ପୂର୍ବରୁ ନନ୍ଦନକାନନ ଥାନାରେ ୪ଟି ଓ ବାରଙ୍ଗ ଥାନାରେ ଗୋଟିଏ ମାମଲା ରହିଥିବାର ତଦନ୍ତ ବେଳେ ପୋଲିସ ଜାନୀବାକୁ ପାଇଥିଲା । ଆଲୋକ ଅଭ୍ୟାସଗତ ଭାବେ ବିଭିନ୍ନ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ ସିଆରପିସି-୧୧୦ଧାରା ଅନୁଯାଇ କାର‌୍ୟ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି ବୋଲି ପୋଲିସ ସୁଚନା ଦେଇଛି ।

Leave A Reply

Your email address will not be published.