ଅଗଷ୍ଟ୧୫ରେ ଖୋଲା ରହିବ ନନ୍ଦନକାନନ

0 114

ବାରଙ୍ଗ,୧୨/୮(ଏସଏସନିଉଜ)ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ବନ୍ଦ ରହୁଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।ତେବେ ସରକାରୀ ନିର୍ଦେଶନାମା ଅନୁଯାୟୀ ସ୍ବାଧିନତା ଦିବସ,ସାଧାରଣତନ୍ତ୍ର ଦିବସ,ବଡଦିନ,ନୂଆବର୍ଷ,ଦଶହରା,ରଜ ସଂକ୍ରାନ୍ତି ଆଦି ସୋମବାର ପଡୁଥିଲେ ନନ୍ଦନକାନନ ସେହିଦିନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ।ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ବିଧି ମୂତାବକ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ସୋମବାର ଖୋଲାରହିବ।ତା ପରଦିନ ଅର୍ଥାତ୍ ଅଗଷ୍ଟ ୧୬ତାରିଖ ମଙ୍ଗଳବାର ଉଭୟ ଉଦ୍ୟାନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.