ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ

0 113

ବାରଙ୍ଗ,୧୨/୮(ଏସଏସନିଉଜ)ନନ୍ଦନକାନନ ସିଂହସଫାରୀ ଫିଡିଙ୍ଗ ଚାମ୍ବରର କାର‌୍ୟ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ମୃତ ଅସ୍ଥାୟୀ କର୍ମଚାରୀ ଜଣକ ମଧୁସୂଦନ ସାମଲ(ବାଙ୍କୁ) ।ସେ ଶୁକ୍ରବାର ଦିନ ସକାଳ ସମୟରେ ସିଂହସଫାରୀ ଫିଡିଙ୍ଗଚାମ୍ବରରେ ସିଂହମାନଙ୍କୁ ସଫାରୀ ଭିତରକୁ ଛାଡିବା ପରେ ଫିଡିଙ୍ଗଚାମ୍ବର ସଫା କରୁଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜନ୍ତୁ ବିଭାଗର କର୍ମଚାରୀମାନେ ଚିକିତ୍ସା ନିମନ୍ତେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ବାଙ୍କୁର ଅବସ୍ଥା ସଙ୍କଟପୂର୍ଣ୍ଣ ଥିବାରୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲା।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ଖବରପାଇ ନନ୍ଦନକାନନର ବରିଷ୍ଠ ଅଧିକାରୀ ଓ ନିୟୋଜିତ କରିଥିବା ଘରୋଇ ସଂସ୍ଥାର ଅଧିକାରୀମାନେ ଡାକ୍ତରଖାନାକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ପ୍ରକାଶ ଥାଉକି,ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ଏକ ଘରୋଇ ସଂସ୍ଥା ଦ୍ବାରା ନିୟୋଜିତ ହୋଇଥାନ୍ତି।କିନ୍ତୁ ନନ୍ଦନକାନନରେ ରହୁଥିବା ହିଂସ୍ର ବାଘ,ସିଂହ,ଭାଲୁ,ଜଳହସ୍ତୀ ଓ ତୃଣଭୋଜିପ୍ରାଣୀଙ୍କ ଖୁଆଡରେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି।କିନ୍ତୁ ସେମାନଙ୍କୁ ସଠିକ୍ ପାରିଶ୍ରମିକ ମିଳୁନଥିବା ଓ ସେମାନଙ୍କର ଇଏସଆଇ ଓ ପ୍ରୋଭିଡେଣ୍ଡଫଣ୍ଡ କଟା ଯାଉଥିଲେ ମଧ୍ୟ ତାହାର ନକଲ ମିଳୁନାହିଁ।ଏନେଇ ଅସ୍ଥାୟୀ କର୍ମଚାରୀମାନେ ଏକାଠି ହୋଇ ଟେଣ୍ଡର ନେଇଥିବା ସଂସ୍ଥା ବିରୁଦ୍ଧରେ ନନ୍ଦନକାନନ କର୍ତ୍ତୁପକ୍ଷ ଓ ବିଭାଗୀୟ ବନାଞ୍ଚଳ(ରେଞର)ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କେହି ସେମାନଙ୍କ କଥା ଶୁଣୁନାହାନ୍ତି ବୋଲି ଅସ୍ଥାୟୀ କର୍ମଚାରୀମାନେ କହିଛନ୍ତି।ତା ସହିତ ଜନ୍ତୁ ବନାଞ୍ଚଳ (ରେଞର)ଅଧିକାରୀ ସେମାନଙ୍କ ଦୁଖଃ ନ ଶୁଣି ସେମାନଙ୍କୁ ହିଂସ୍ର ଜନ୍ତୁ ମାନଙ୍କ ଖୁଆଡରେ କାମ କରାଉଛନ୍ତି ସେମାନେ ଅଭିଯୋଗ କରିଛନ୍ତି ।

 

 

Leave A Reply

Your email address will not be published.