ଅଜଣା ଗାଡ଼ି ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ

0 318

ଖୋର୍ଦ୍ଧା, ୩୧/୧୦(ଏସଏସନିୟୁଜ) ଅଜଣା ଗାଡ଼ି ଧକ୍କାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ-୫୭ରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ବୋଲଗଡ଼ ବ୍ଲକ କପାସିଆ ଛକରେ ଦୁଇ ମହିଳା ଗାଧୋଇବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା ।ସ୍ଥାନୀୟ ଲୋକ ଏହାଜାଣିବାପରେ ଉତେଜନା ଦେଖାଦେଇଥିଲା ।ଫଳରେ ଟାୟାର ଜାଳି ଉତ୍ୟକ୍ତଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ଫଳରେ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି ।ଖବରପାଇ ବୋଲଗଡ ପୋଲିସ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଜା କରୁଛି ।

Leave A Reply

Your email address will not be published.