ବିଜେଡି ପକ୍ଷରୁ ରାଜଭବନ ଅଭିମୁଖେ ରାଲି

0 155

ଭୁବନେଶ୍ୱର, ୩୧/୧୦(ଏସଏସନିୟୁଜ) ଦରବୃଦ୍ଧି ପ୍ରତିବାଦକୁନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି ।ଆଜି ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ରାଲି ରେ ବାହାରିଛନ୍ତି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିକୁ ବିରୋଧକରି କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ। ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ ଆନ୍ଦୋଳନ କରିବ ବିଜେଡି ଯୁବ ଓ ଛାତ୍ର ସଂଗଠନ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀ ଘୋଷଣା କରଥିଲା ବିଜେଡି ।

Leave A Reply

Your email address will not be published.