ଭୁବନେଶ୍ୱର,୩୧/୧୦(ଏସଏସନିୟୁଜ) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଯାଉଥିବାବେଳେ କଂଗ୍ରେସର କେତେଜଣ କର୍ମୀ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ଫିଙ୍ଗିଥିଲେ। କାରରେ ଅଣ୍ଡା ଫିଙ୍ଗି ମନ୍ତ୍ରୀଙ୍କଗସ୍ତକୁ ବିରୋଧ କରିଛି ଛାତ୍ର କଂଗ୍ରେସ ।