କୁନି ପିଲାଙ୍କୁ ଦିଆଯିବ ଫାଇଜର ଟିକା

ଆଜିରଖବର,,ତାରିଖ–୩୧-୧୦-୨୦୨୧)ରବିବାର)

0 249

୧. ଉତ୍ତରପ୍ରଦେଶରେ କାର୍ଯ୍ୟକର୍ତା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ୨୦୨୨ରେ ପୁଣି ବିଜେପି ।
୨. ଖୋର୍ଦ୍ଧାଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଞ୍ଚୟ ପ୍ରତି ସଚେତନତା ସୃଷ୍ଟି କରିବାକୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।
୩. ରେଳ ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’ ଉଦଘାଟିତ ।
୪. ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ୱାରା ଯାତ୍ରା ଉପଲବ୍ଧ କରାଇବାପାଇଁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
୫. ଶ୍ରମିକ ମୃତ୍ୟୁ ନେଇ ହାଇକୋର୍ଟଙ୍କ ଉଦବେଗ: ଭୁବନେଶ୍ୱରରେ ସ୍ୱରେଜ କାମ ବେଳେ ମୃତ୍ୟୁ ବରଣ କରିଥିବା ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ଠିକା କମ୍ପାନୀ ଦେଇଥିବା ୨୧ ଲକ୍ଷ ଟଙ୍କା ସମାନ ଭାବରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
୬. ଆସନ୍ତା ନଭେମ୍ବର ୧ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଅଭିଯାନ ଚାଲିବ ।
୭. ବଟଲରଙ୍କ ବିସ୍ଫୋରକ ବ୍ୟାଟିଂରେ କଙ୍ଗାରୁ ଧରାଶାୟୀ, ଇଂଲଣ୍ଡର କ୍ରମାଗତ ତୃତୀୟ ବିଜୟ , ତଳକୁ ଖସିଲା ଅଷ୍ଟ୍ରେଲିଆ ।
୮. ଦିନକ ପରେ ପର୍ଯ୍ୟଟକଙ୍କ ପା‌ଇଁ ଖୋଲିବ ଶିମିଳିପାଳ ।
୯. ସୋଆ ପ୍ରଫେସର ଡଃ ଗାୟତ୍ରୀ ପଣ୍ଡା ଓ ସମ୍ ଅଲଟିମେଟ ମେଡି କେୟାରର ସିଇଓ ଡଃ ଶ୍ଵେତପଦ୍ମା ଦାସଙ୍କୁ ‘ଟାଇମ୍ସ ପାଓ୍ଵାର ଓ୍ଵିମେନ ଓଡିଶା’ ପୁରସ୍କାର ।
୧୦. ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେନାଅଧିକାରୀଙ୍କ ସହ ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ।
୧୧. ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ରଣହୁଙ୍କାର । ଦୀର୍ଘ ୩ ବର୍ଷ ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଦଳ ।
୧୨. କାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ: ମ୍ୟାଚ୍ ପୂର୍ବରୁ ଅଧିନାୟକ କୋହଲିଙ୍କ ବୟାନ, ମ୍ୟାଚ୍ ଜିତିବାକୁ ଅଛି ଲକ୍ଷ୍ୟ ।
୧୩. ସରକାରଙ୍କ ମାଗଣା ଟିକାକରଣ ଖର୍ଚ୍ଚ ୫୦ ହଜାର କୋଟି ଟପିବ: ଏହି ପରିମାଣ ସରକାର ବଜେଟରେ ଘୋଷଣା କରିଥିବା ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦଠାରୁ ପ୍ରାୟ ୧୫ ହଜାର କୋଟି ଅଧିକ ବୋଲି ଜଣାପଡ଼ିଛି ।
୧୪. ଆମେରିକାରେ କୁନି ପିଲାଙ୍କୁ ଦିଆଯିବ ଫାଇଜର ଟିକା: ୫ରୁ ୧୧ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ନେଇ ଅନୁମତି ପ୍ରଦାନ କଲା ଏଫଡିଏ ।
୧୫. ଇ-ଯାନ ପାଇଁ ଦେବାକୁ ପଡ଼ିବନି ଟିକସ: ଇ-ଭେହିକଲ ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ମୋଟର ଯାନ ଟିକସ ଏବଂ ରେଜିଷ୍ଟ୍ରେଶନ ଫି ସମ୍ପୂଣ୍ଣ ଛାଡ କରିଛନ୍ତି ।
୧୬. କାର୍ତ୍ତିକ ଦ୍ୱିତୀୟ ସୋମବାରରେ ଧବଳେଶ୍ୱର ପୀଠରେ ଲାଗିବ ୧୪୪ ଧାରା
୧୭. ଓଡ଼ିଶା HC ନିଯୁକ୍ତି ୨୦୨୧: ହାଇକୋର୍ଟଙ୍କ ପ୍ରତିଷ୍ଠାନରେ ଜୁନିଅର ଷ୍ଟେନୋଗ୍ରାଫରଙ୍କ ୨୯ଟି ଗ୍ରୁପ୍-ସି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଯୋଗ୍ୟତା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀ ବିଷୟ ବସ୍ତୁରେ କେନ୍ଦ୍ର ଭିତ୍ତିକ ଯୋଗ୍ୟତା ପରୀକ୍ଷା ନଭେମ୍ବର ୨୧, ୨୦୨୧ (ରବିବାର) ସକାଳ ୧୦.୩୦ରୁ ରାତି ୧୨.୦୦ ମଧ୍ୟରେ କରାଯିବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
୧୮. ଆସାମ ଏବଂ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଛି । ସାପ୍ତାହିକ ସଂକ୍ରମଣ ହାର ବୃଦ୍ଧି ହେବାର ଲକ୍ଷଣକୁ ସୂଚାଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କୋଭିଡ୍‌ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ କହିଛନ୍ତି । କେବଳ ଏତିକି ନୁହେଁ, ପ୍ରତିଷେଧକ ପଦକ୍ଷେପଗୁଡ଼ିକର ସମୀକ୍ଷା କରିବାକୁ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି ।
୧୯. ଭୁବନେଶ୍ୱରରେ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ । ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋଭିଡ କଟକଣାରେ କୋହଳ କରାଯାଇଛି ।
୨୦. ରାଜ୍ୟରେ ଗୋଟିଏ ଦିନରେ ୩୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୦୯୬୯ କୁ ବୃଦ୍ଧି ପାଇଛି
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING ,ସବୁ ପ୍ରଶ୍ନର ଯେ ଉତ୍ତର ଥିବ ଏମିତି କିଛି ମାନେ ନାହିଁ, ସବୁ ଯନ୍ତ୍ରଣା ର ଯେ ଉପଚାର ଥିବ ଏମିତି ଏମିତି କୋଉଠି ଲେଖା ନାହିଁ,ମନକୁ ବୁଝି ପାରୁଥିବା ବନ୍ଧୁଟିଏ ଲୋଡା ଜୀବନରେ ଆଉ କିଛି ଦରକାର ନାହିଁ….🕉️ସୁ ପ୍ରଭାତ🕉️

 

 

 

 

Leave A Reply

Your email address will not be published.