ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

0 290

ଭୁବନେଶ୍ୱର,୯/୭(ଏସଏସନିୟୁଜ)ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଓ ନୂଆପଡ଼ା ।ଟିକାରଅଭାବ ଯୋଗୁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ରାଜ୍ୟରେ ୫ ତାରିଖରେ ରାଜ୍ୟରେ କେକର୍ଡ ସଂଖ୍ୟକ ୪ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯ ହଜାର ୫୯୦ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୫୪ ହଜାର ୩୦ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଥିବାବେଳେ ୧୫ ତାରିଖ ପରେ ପରବର୍ତ୍ତୀ ଡୋଜ୍ ଆସିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.