୧୫ ପରେ ଗର୍ଭବତୀମାନଙ୍କୁ ଟିକାକରଣ

0 303

ଭୁବନେଶ୍ୱର,୯/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇସାରିଥିବାବେଳେ ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୫ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବାପରେ ୧୫ ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ।ଟିକାକରଣ କେନ୍ଦ୍ରରେ ଲାଇନରେ ରହିବେନି ଗର୍ଭବତୀ । ସେମାନଙ୍କ ପାଇଁ ରହିବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ । ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବା ଗର୍ଭବତୀ ଟିକା ନେଲେ କୌଣସି କ୍ଷତି ହେବ ନାହିଁ:ବୋଲି କହିଛନ୍ତି, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Leave A Reply

Your email address will not be published.