ଆଜି ଶ୍ରୀଜିଉଙ୍କ ନବଯୌବନ ବେଶ

0 445

ପୁରୀ, ୯/୭(ଏସଏସନିୟୁଜ) ଆଜି ଶ୍ରୀଜିଉଙ୍କ ନବଯୌବନ ବେଶ । ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ । ଆଜି ସକାଳୁ ଚକା ଅପସର ନୀତି କରାଯିବା ପରେ ମଙ୍ଗଳଆଳତୀ, ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତ ମାନେ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସ୍ନାନପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଅଣସର ବାସରେ ରହିଥିବାରୁ ପ୍ରଭୁଙ୍କ ଅବଢ଼ା ଭୋଗ ବନ୍ଦ ରହିଥିଲା। ପ୍ରଭୁଙ୍କ ଗୋପନ ସେବା ଗୁରୁବାର ବିଳମ୍ବିତ ଶେଷ ହୋଇଥିବାରୁ ଆଜିଠୁ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ମହାପ୍ରସାଦ ଲାଗି ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.