ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମାର ଜୀବନ

0 310

ଦଶରଥପୁର, ୯/୭(ଏସଏସନିୟୁଜ) ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପ ଦଂଶନରେ ଚାଲିଗଲା ମା ର ଜୀବନ ।ଏହିଭଳି ଏକ ହୃଦୟବିଦାରକ ଖବର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗ୍ରାମରେ ଦେଖିବାକୁ ମିଳିଛି । ୨୦୧୯ରେ ରାହାସୋଇ ଗ୍ରାମର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ଦେଉଳବାଡ଼ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁତ୍ର ସନ୍ତାନକୁ ନେଇ ପରିବାର ବେଶ ଖୁସିରେ ରହିଥିଲେ । ପୁଅକୁ ଶୁଆଇ ଦେଇ ଘର କାମ କରୁଥିଲେ ।କିଚିସମୟଛାଡି ପୁଅକୁ ଦେଖିବାକୁ ଆସିବାବେଳକୁ ଏକ ନାଗସାପ ପୂଅ ଶୋଇଥିବା ଗରେ ଦେଖିବାକୁ ପାଇଥିଲେ ।ପୁଅର କିଛି ଅଘଟଣ ହେବାପୁର୍ବରୁ ନାଗସାପଟିକୁ ହାତରେ ଧରି ଟାଣିଆଣି ବାହାରେ ପକାଇଦେଇଥିଲେ ।କିନ୍ତୁ ପକାଇବାପୁର୍ବରୁ ସାପଟି ପ୍ରିୟଦର୍ଶିନୀଙ୍କର ଡାହାଣ ହାତକୁ ଦଂଶନ କରିଥିଲା । ସଙ୍ଗେସଙ୍ଗେ ପରିବାର ଲୋକ ଚିକିସ୍‌ସାପାଇଁ ଡାକ୍ତରଖାନାକୁ ନେଉଥିବା ବାଟରେ ମା ର ମୃତ୍ୟୁ ହୋଇଥିଲା ।ଯାହାକୁ ନେଇ ପରିବାରରେ ଶୋକର ଛାୟା ଖେଳି୍‌ଯାଇଛି ।

Leave A Reply

Your email address will not be published.