ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଲେ ମହିଳା

0 262

ମହାକାଳପଡ଼ା, ୯/୭(ଏସଏସନିୟୁଜ) ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଛନ୍ତି ମହିଳା । ସ୍ତ୍ରୀ ଥାଉଥାଉ ପୁଣିଥରେ ସ୍ମାମୀ ଦ୍ୱିତୀୟ ବିବାହ କରିଥିବାର ଖବରପାଇ ମହିଳା ଜଣଙ୍କ ଦ୍ବିତୀୟ ବିବାହକୁ ବିରୋଧ କରି ନିଜର ହକ ପାଇଁ ନ୍ୟାୟ ଦାବୀରେ ଶାଶୂଘର ଆଗରେ ବସିଛନ୍ତି ।ଏହିଭଳି ଘଟଣା ମହାକାଳପଡ଼ା ଥାନା କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କୁ ୨୦୧୩ ମସିହା ଜୁନ୍ ୧୭ ତାରିଖରେ ବିବାହ କରିଥିଲେ ।ଘରେ ପାଟିତୁଣ୍ଡ ହେବାରୁ ୭ ବର୍ଷ ହେଲା ବାପଘରେ ରହୁଛନ୍ତି ।ତାଙ୍କ ଅଜ୍ଞାତରେ ସ୍ୱାମୀ ପୁଣି ଦ୍ୱିତୀୟ ବିବାହ କରିଛନ୍ତି ।ମାନସିକ ଯନ୍ତ୍ରଣା ସାଙ୍ଗକୁ ବହୁ ନିର‌୍ୟାତନା ଦେଇଛନ୍ତି ।ତେଣୁ ନ୍ୟୂାୟଦାବୀରେ ମହିଳା ଜଣଙ୍କ ଶାଶୂଘର ଆଗରେ ଧାରଣାରେ ବସିଥିବାର ଜଣାପଡିଛି ।

Leave A Reply

Your email address will not be published.