ଆସିଲା ମୋଦୀଙ୍କ ଟିମର ସମ୍ପତ୍ତି ତାଲିକା

0 225

ଭୁବନେଶ୍ବର,୯/୭(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ନିଜ ସଂପ୍ରସାରଣ କରିଥିବା ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୪୩ ଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୧୫ କ୍ୟାବିନେଟ ଓ ୨୮ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ମୋଦୀ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ପାଖରେ ରହିଛି ୩୭୯ କୋଟିର ସମ୍ପତ୍ତି ରହିଛି । ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ବାଣିଜ୍ୟ ଓ ଶିଳ୍ପ, ଖାଦ୍ୟ ଓ ଉପଭୋକ୍ତ ଏବଂ ବୟନଶିଳ୍ପ ଭଳି ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା .ପୀୟୁଷ ଗୋଏଲ। ତାଙ୍କ ପାଖରେ ୯୫ କୋଟି ଟଙ୍କାର ସମ୍ପତ୍ତି। ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି କ୍ଷୁଦ୍ର ଓ ମଧ୍ୟମଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିବା ନାରାୟଣ ରାଣେ। ତାଙ୍କ ସମ୍ପତ୍ତି ହେଉଛି ୮୭ କୋଟି ୭୭ ଲକ୍ଷ। ସବୁଠାରୁ କମ ସମ୍ପତ୍ତି ଅର୍ଥାତ ୧୦ ଲକ୍ଷ ଟଙ୍କା ରହିଛି ତ୍ରିପୁରାର ବିଜେପି ମହିଳା ସାଂସଦ ତଥା ମନ୍ତ୍ରୀ ପ୍ରତିଭା ଭୌମିକଙ୍କ ପାଖରେ । ଏବେ ମୋଦୀଙ୍କ ମନ୍ତ୍ରିପରିଷଦରେ ମୋଟ ୭୮ ମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.