ଆଜି ଖରସ୍ରୋତାରୁ ମିଳିଲା ଆଉ ଏକ ମୃତଦେହ

0 141

ଭୁବନେଶ୍ୱର, ୨୦/୩(ଏସଏସନିଉଜ) ଆଜି ସକାଳୁ ଖରସ୍ରୋତା ନଦୀରୁ ଆଉ ଏକ ମୃତଦେହକୁ ଉଦ୍ଧାର ହୋଇଛି ।ଉଦ୍ଧାର ହୋଇଥିବା ମୃତ ଯୁବକ ହେଉଛନ୍ତି ବିଶ୍ୱଜିତ୍ ଜେନା ।ଏହାକୁ ନେଇ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଗତ ୧୮ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ହୋଲି ଖେଳି ସାରି ଯାଜପୁର ଜିଲ୍ଲା ବଡ଼ସୁଆର ନିକଟବର୍ତ୍ତୀ ଖରସ୍ରୋତା ନଦୀକୁ ବନ୍ଧମୁଣ୍ଡ ଗାଁର ରଶ୍ମିରଞ୍ଜନ ଜେନା, କରଣ ଜେନା, କୃଷ୍ଣ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁରର ସମ୍ବିତ ଜେନାଙ୍କ ସମେତ ୭ ଜଣ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇ ୬ ଜଣ ନିଖୋଜ ଥିଲେ।ଗାଁ ଲୋକେ ଅମିତଙ୍କ ଉଦ୍ଧାର କରିଥିବା ବେଳେ ଅଗ୍ନିଶମ ବାହିନୀ ପୃଥକ ପୃଥକ ଭାବେ ୫ଟି ମୃତଦେହ ଉଦ୍ଧାର କରିଥିଲା ।

Leave A Reply

Your email address will not be published.