ତାତିଲେ ଲୋକେ

0 190

ଜୟପୁର,୨୦/୩(ଏସଏସନିଉଜ) ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରର କାର୍ତ୍ତିକେଶ୍ବର ନାଗ ନାମକ ଯୁବକକୁ କିଛି ଦୁର୍ବୃତ୍ତ ଗତକାଲି ଉଠାଇ ନେଇ ଗୁଳି ମାରି ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମରଣାନ୍ତକ ଆକ୍ରମଣ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଓ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ଅଭିଯୋଗ କରି ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ଜୟପୁର ଟାଉନ୍ ଥାନା ଘେରାଉ କରିବା ସହ କଂଗ୍ରେସ କର୍ମୀମାନେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।

Leave A Reply

Your email address will not be published.