ଆଜି ମୁଖ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା

0 221

ଭୁୁବନେଶ୍ୱର,୧୪/୭(ଏସଏସନିଉଜ) ୮ଶହ ଉପରେ ରାଜ୍ୟର ଦୈନିକସଂକ୍ରମଣ ସଂଖ୍ୟା ହେବାକୁ ଲାଗିଲାଣି ।ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୮ଶହ ଉପରକୁ ଡେଇଁଥିବାବେଳେ ସଙ୍ଗରୋଧରୁ ୪୭୧, ଲୋକାଲ କେସ ୩୩୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ . ହୋଇଛନ୍ତି ।କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା କରିବେ ।ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି ।ଏହାସହ ଆସନ୍ତାକାଲି ଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ବୁଷ୍ଟର ଡୋଜ ମିଳିବାନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ତେବେ ଓଡ଼ିଶାରେ ହିତାଧିକାରୀ ଅଧିକ ଥିବାବେଳେ ହାତରେ ପର୍ଯ୍ୟାପ୍ତ ଟିକା ନଥିବାରୁ କେମିତି ଟିକାକରଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.