ଆଜି ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା

0 206

ପୁରୀ,୨୪/୬(ଏସଏସନିୟୁଜ) ଆଜି ହେଉଛି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ହାତୀବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ବଡ଼ ଠାକୁର । ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନ ବେଦୀ । ରତ୍ନସିଂହାସନରୁ ଓହ୍ଲାଇ, ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂରତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ । ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ସ୍ନାନପହଣ୍ଡି ଆରମ୍ଭ ହୋଇ ଭୋର୍ ୪ଟା ସୁଦ୍ଧା ସରିବ । ସାଢ଼େ ୪ଟାରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ଓ ସ୍ନାନ ବିଧି ସଂପନ୍ନ ହେବ । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର‌୍ୟ୍ୟ ହୋଇଛି । ପରମ୍ପରା ଅନୁଯାୟୀ ଗଜପତିଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା ନୀତି ସଂପାଦନ କରିବେ । ତେବେ କୋଭିଡ୍ କଟକଣା ଯୋଗୁଁ ଭକ୍ତଶୂନ୍ୟ ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତି ୧୦ଟାରୁ ୧୪୪ ଧାରା । ଏହା ଆସନ୍ତା ୨୫ ତାରିଖ ଯାଏଁ ବଳବତ୍ତର ରହିବ ।

Leave A Reply

Your email address will not be published.