ଆଜିର ଅନୁଚିନ୍ତା

ତାରିଖ - ୨୪:୦୬:୨୦୨୧ (ଗୁରୁବାର )

0 900

?କେହି ଯଦି ଜଣେ ତୁମକୁ ଭଲ ନ କୁହନ୍ତି ସେଥିରେ କିଛି ଚିନ୍ତା କରନି   – କାରଣ –
ଜଣେ ଲୋକ ସମସ୍ତଙ୍କ ନଜରରେ ଭଲ ହୋଇପାରେ ନାହିଁ ।
?ପିତା ମାତାଙ୍କ ଗାଳି, ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇ ଥାଏ। ସେଥି ପାଇଁ କେବେ ତାଙ୍କୁ ଜବାବ୍ ଦିଅନ୍ତୁ ନାହଁ ।
?ଖୁସି ରହିବାର ପ୍ରଥମ ଉପାୟ ପୁରୁଣା କଥା……. କିମ୍ବା …..
ବିତିଯାଇଥିବା ଦୁଃଖଭରା ଅତୀତକୁ ମନେ ପକାନ୍ତୁ ନାହିଁ କି ସେ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ……..।
?ଝିଅଟିଏ ପରିବାରର ବୋଝ ନୁହେଁ, ବଂଶର ଆଲୋକ ।
?ଡର ଠାରୁ କୌଣସି ବଡ Various ନାହିଁ
ଆଉ ସାହସ ଠାରୁ କୌଣସି ବଡ Vaccine ନାହିଁ ।
ଆଜିର ଭାଗବତ ବାଣୀ
ଯେପରି କାଳରୂପୀ ଭଗବାନଙ୍କର ପ୍ରେରଣାରେ ଗଛରେ ଫଳ ଧରେ, ଝଡ଼ି ନ ଯାଇ ରହେ, ବଢେ, ପାଚେ, କ୍ଷୀଣ ହୁଏ ଓ ନଷ୍ଟ ହୋଇଯାଏ, ମନୁଷ୍ୟଶରୀରରେ ବି ସେହିପରି ଜନ୍ମ, ଅସ୍ତିତ୍ଵର ଅନୁଭୂତି, ବୃଦ୍ଧି, ପରିଣାମ, କ୍ଷୟ ଓ ବିନାଶ — ଏହି ଛଅଟି ଭାବବିକାର ଦେଖାଯାଏ । ଆତ୍ମା ସହିତ ଏସବୁର କୌଣସି ସମ୍ବନ୍ଧ ନାହିଁ । ଆତ୍ମା ହେଉଛି ନିତ୍ୟ, ଅବିନାଶୀ, ଶୁଦ୍ଧ, ଅଦ୍ବିତୀୟ, କ୍ଷେତ୍ରଜ୍ଞ, ସବୁରି ଆଶ୍ରୟ, ନିର୍ବିକାର, ସ୍ବୟଂପ୍ରକାଶ, ସବୁର କାରଣ, ବ୍ୟାପକ, ଅସଙ୍ଗ ତଥା ଆବରଣରହିତ । ଏହି ବାରଟି ହେଉଛି ଆତ୍ମାର ଶ୍ରେଷ୍ଠ ଲକ୍ଷଣ । ଏ ସବୁର ସାହାଯ୍ୟ ନେଇ ବିଦ୍ବାନ ପୁରୁଷ ଅଜ୍ଞାନ ହେତୁ ଶରୀର ଆଦି ପ୍ରତି ରହିଥିବା “ମୁଁ” “ମୋର” ଆଦି ମିଥ୍ଯାଭାବ ଛାଡ଼ିଦେବା ଉଚିତ । ସୁନାପଥରରୁ ସୁନା ବାହାର କରିବାର ଉପାୟ ଜାଣିଥିବା ବଣିଆ ଯେପରି ସେଥିରୁ ସୁନା ବାହାର କରିପାରେ, ଆଧ୍ୟାତ୍ମିକ ତତ୍ତ୍ୱ ଜାଣିଥିବା ପୁରୁଷ ସେହିପରି ଆତ୍ମୋପଲବ୍ଧିର ଉପାୟଦ୍ବାରା ନିଜର ଶରୀରରୂପ କ୍ଷେତ୍ରରେ ହିଁ ବ୍ରହ୍ମପଦର ସାକ୍ଷାତକାର ପାଇଯାଆନ୍ତି ।
-ଆଜିର ନୀତିବାଣୀ-
?ନିତ୍ୟ ବ୍ୟବହାର ରେ ମୟୁର ପୂଛର ଭୂମିକା :-
?ଯେଉଁ ଘରେ ମୟୂର ପୁଚ୍ଛ ଥାଏ । ସେଠାରେ ସର୍ବଦା ଶାନ୍ତି ରହିଥାଏ ଏବଂ ପରିବାର ସଦସ୍ୟଙ୍କ ଜୀବନ ସୁଖରେ ପରିପୂର୍ଣ୍ଣ ହୁଏ । ତେଣୁ, ଯେଉଁମାନଙ୍କର ଘର ଅଶାନ୍ତ ହୋଇପଡେ, ସେମାନେ କେବଳ ନିଜ ଘରେ ଏକ ମୟୂର ପୂଛ ରଖିବା ଉଚିତ୍ ।
?ପୂଜାପାଠ ଘରେ କିମ୍ବା ଆପଣଙ୍କ କୋଠରୀ ଭିତରେ ଆପଣ ମୟୂରର ପୁଛ କୁ ରଖିପାରିବେ ।
?ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଯଦି ପିଲାମାନେ ଅଧ୍ୟୟନ କରିବାକୁ ମନ ଦିଅନ୍ତି ନାହିଁ, ତେବେ ସେମାନଙ୍କ କୋଠରୀରେ ଏକ ମୟୂର ପର ରଖନ୍ତୁ । ମୟୂର ପର ରଖିବା ଦ୍ୱାରା ପିଲାମାନଙ୍କର ମନ ଅଧ୍ୟୟନ କରିବା ଆରମ୍ଭ କରିବ ଏବଂ ସେମାନଙ୍କର ବୁଦ୍ଧି ଭଲ ଭାବରେ ବିକାଶ ହେବ ।
?କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ସହିତ ମୟୂର ପର ନିଶ୍ଚୟ ରଖନ୍ତୁ । ଏହା କରିବା ଦ୍ୱାରା, ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ସ୍ଥଗିତ କାର୍ଯ୍ୟ ମଧ୍ୟ ସମାପ୍ତ ହେବ ।
?ଜୀବନରେ ଟଙ୍କା ଅଭାବ ପାଇଁ, ତୁମେ ଅଫିସ୍ କିମ୍ବା ଭାଲ୍ଟରେ ମୟୂର ପର ରଖିବା ଉଚିତ୍। ଏହି ଡେଣାକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ । ମୟୂର ପର ସହିତ ଜଡିତ ଏହି ପଦକ୍ଷେପ ଗ୍ରହଣ କଲେ ଅର୍ଥର ଅଭାବ ଦୂର ହେବ । ଏହା ସହିତ ନମିଳୁଥିବା ଟଙ୍କା ମଧ୍ୟ ସହଜରେ ମିଳିବ ।
?ଯଦି ଘରେ କୌଣସି ବାସ୍ତୁ ଦୋଷ ଅଛି, ତେବେ ଆପଣ ଘର ମନ୍ଦିରରେ ମୟୂର ପର ରଖନ୍ତୁ । ଘର ମନ୍ଦିରରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।
?ବାସ୍ତବରେ, ମୟୂର ପର ରୁ ସକରାତ୍ମକ ଶକ୍ତି ବାହାରିଥାଏ, ଯାହା ବାସ୍ତୁ ଦୋଷ କୁ ଦୂର କରିଥାଏ । ମନ୍ଦିର ବ୍ୟତୀତ, ଯଦି ଆପଣ ଚାହାଁନ୍ତି, ଆପଣ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ମଧ୍ୟ ଏହି ପର କୁ ରଖିପାରିବେ ।
?ଭଗବାନ ଗଣେଶଙ୍କ ପ୍ରତିମା ସହିତ ମୟୁର ପରକୁ ରଖାଯାଇପାରିବ । ଘରର ମୁଖ୍ୟ ଦ୍ୱାରରେ ମୟୂର ପର ରଖିଲେ ଘରେ ଭିତରକୁ ମନ୍ଦ ଶକ୍ତି ପ୍ରବେଶ କରେ ନାହିଁ ଏବଂ ଜୀବନରେ ସୁଖ ଆସିଥାଏ ।
?ଯେଉଁମାନେ ପ୍ରାୟତଃ ଭୟ କରନ୍ତି ଏବଂ ଦୁଃଖ ସ୍ୱପ୍ନ ଦେଖନ୍ତି, ସେମାନେ ସେମାନଙ୍କ ସହିତ ମୟୂର ପର ରଖିବା ଉଚିତ୍ । ଯଦି ମୟୂରର ପର ଶୋଇବା ନିକଟରେ ରଖାଯାଏ, ତେବେ ଦୁଃସ୍ୱପ୍ନ ଆସେ ନାହିଁ ଏବଂ ଭୟ ଆସେ ନାହିଁ ।
-ଆଜିର ସାଧୁବାଣୀ-
?ସଫଳତାର ମଜା ଓ ଅନୁଭବ ସେ ସମୟରେ ଆସିଥାଏ, ଯେତେବେଳେ ଅନ୍ୟମାନେ ସେହି ବ୍ୟକ୍ତିର ହାରିବାକୁ ଅପେକ୍ଷା କରିଥାନ୍ତି। ଏଣୁ ନିଜ ବିଷୟ ଅଭିମୁଖେ ଯାତ୍ରା କରିବା ଉଚିତ ।।
?ଯେଉଁଠି ଲାଗିବ, ତୁମ ପାଇଁ ଅନ୍ୟ ମାନଙ୍କୁ କଷ୍ଟ ହେଉଛି ସେଠାରୁ ହଟିଯିବା ହିଁ ବହୁତ ଭଲ ହୋଇଥାଏ ।
?ଗାଈ ଖୁରାର ଧୁଳି -ଧାନ ର ଧୁଳି -ଭଣଜା ର ପାଦ ଧୁଳି ଘରେ ପଡିଲେ ଶୁଭ ହୋଇଥାଏ ।
?ଜାଗ୍ରତ ହୁଅ ଓ ନିଜକୁ ପ୍ରସ୍ତୁତ କର। ଲକ୍ଷ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ବିଶ୍ରାମ ପାଇଁ ତରବର ହୁଅ ନାହିଁ।
?ଘରେ ଯଦି କଳା ପିମ୍ପୁଡି ଡିମ୍ବ ଧରି ବାହାରିଲେ ଶୁଭ ହୋଇଥାଏ । ନାଲି ପିମ୍ପୁଡି ବାହାରିଲେ ଅଶୁଭ ହୋଇଥାଏ ।
-ଆଜିର ସୁବିଚାର-
?ଗର୍ବ କେଉଁ କଥାରେ କରୁଛ ବନ୍ଧୁ… ଆଜି ମାଟି ଉପରେ ଅଛ କାଲି ମାଟି ତଳେ ଥିବା ।
?ଜାଗ୍ରତ ହୁଅ ଓ ନିଜକୁ ପ୍ରସ୍ତୁତ କର। ଲକ୍ଷ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ବିଶ୍ରାମ ପାଇଁ ତରବର ହୁଅ ନାହିଁ।
?ଶିକ୍ଷା ଲାଭକରି ଏହାର ଯଥା ଉପଯୋଗ ନ କଲେ ଏହାର ମୂଲ୍ୟ ନଥାଏ। ଏଣୁ କାଗଜ ପତ୍ରର ସାର୍ଟିଫିକେଟ ପାଇଁ ବ୍ୟସ୍ତତାର କୌଣସି ମୂଲ୍ୟ ନାହିଁ ।
?ଯେଉଁ ଲୋକେ ‘ତୁମେ କିଛି କରିପାରିବ ନାହିଁ ବୋଲି କହନ୍ତି’ ପୁଣି ସେହି ଲୋକ ତୁମ ସଫଳତାରେ ଈର୍ଷା କରିଥାନ୍ତି ।
?ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହାର ବିଷ ତାର ଦାନ୍ତରେ ନୁହେଁ ତା କଥା ବାର୍ତ୍ତାରେ ଥାଏ । ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ।

Leave A Reply

Your email address will not be published.