ଟିକାକରଣକୁ ନେଇ ରାଜନୀତି

ଆଜିର ଖବର,ତାରିଖ–୨୪-୦୬-୨୦୨୧(ଗୁରୁବାର)ଆଜି ଶ୍ରୀଜୀଉଙ୍କ ଦେବସ୍ନାନ ପୁର୍ଣ୍ଣିମା

0 290

୧. ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ ।
୨. କେନ୍ଦ୍ର କ୍ୟାବିନେଟ୍‍: ଟିକସ ସୂଚନା ସଂଗ୍ରହ ସହାୟକ ପ୍ରସ୍ତାବ ମଂଜୁର ।
୩. ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ପ୍ରଦାନ ।
୪. ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି ।
୫. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ଏବଂ ଘୂର୍ଣ୍ଣିବଳୟ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜୁନ୍ ମାସରୁ ଅକ୍ଟୋବର ମଧ୍ୟରେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୬. ସ୍କୁଲ ପାଠ୍ୟକ୍ରମରେ ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ।
୭. ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ ।
୮. ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି, କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୯. ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସ୍ୱତନ୍ତ୍ର କାର୍ଯ୍ୟ ଦଳ ।
୧୦. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ପୁରୀ ଗଜପତି ମହାରାଜ ।
୧୧. ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଏଥର ବି ୩୦% କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ।
୧୨. ଶ୍ରୀନଗର ଉପକଣ୍ଠ ନଉଗାଁ ଅଞ୍ଚଳରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।
୧୩. ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ଆସିପାରେ କରୋନାର ତୃତୀୟ ଲହର, ପ୍ରତିଦିନ ଚିହ୍ନଟ ହୋଇ ପାରନ୍ତି ୫ ଲକ୍ଷ ପଜିଟିଭ୍: ଆଇଆଇଟି କାନପୁର ।
୧୪. ଆଜି ରାଜ୍ୟରେ ୩୪୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪୬ ମୃତ ।
୧୫. ଆଜି ଦେଶରେ ୫୦୮୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧୩୫୮ ମୃତ ଓ ୬୮୮୧୭ ସୁସ୍ଥ ।
୧୬. ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଫଳରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଟାଇଟଲ ହାସଲ କରିଛି।
୧୭. ବଳଦେବଜୀଉ ଓ ଦଧିବାମନଜୀଉଙ୍କ ରଥଯାତ୍ରା ଆୟୋଜନ
ପ୍ରସଂଗ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ ।
୧୮. କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ରଦ୍ଦ କଲେ ସରକାର ।
୧୯. ହସ୍ପିଟାଲକୁ ୨ କୋଟି ଟଙ୍କାର ଭେଣ୍ଟିଲେଟର ଏବଂ ଅନ୍ୟ ଚିକତ୍ସା ଉପକରଣ ଦାନ କଲେ ଅମିତାଭ ବଚ୍ଚନ ।
୨୦. ଦେବସ୍ନାନ ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ, ୧୪୪ ଧାରା ଲାଗୁହେଲା ।
୨୧. ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି ।
୨୨. ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।
୨୩. କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବ ମିଳିମିଳା ଟିକା । ମିଳିମିଳା ଟିକା ଭଲ ଫଳାଫଳ ଦେଉଥିବା ଶିଶୁରୋଗ ବିଶେଷଜ୍ଞ ଡ. ନିଲେଶ ଗୁଜର କହିଛନ୍ତି ।
୨୪. ଭାରତ ପରେ ୟୁରୋପରେ ତାଣ୍ଡବ ମଚାଇବ କରୋନାର ଡେଲ୍‌ଟା ଭେରିଏଣ୍ଟ
୨୫. ‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’ । ଏହା ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି , ଯଦି ଏହି ସମୟ ମଧ୍ୟରେ ଡେଲ୍‌ଟା ପ୍ଳସ୍‌ ସଂକ୍ରମଣ ବଢ଼ିଲେ ତୃତୀୟ ଲହର ଆଗୁଆ ଆସିପାରେ ।
କରୋନା ଟିପ୍ସ୍: କରୋନା ପଜିଟିଭ ହେଲେ ଡରି ନଯାଇ, ପୃଥକ ବାସରେ ଘରେ ରହିବା, ଲକ୍ଷଣ ପ୍ରକାଶ ପାଇଲେ, ୧୦୪କୁ ଯୋଗାଯୋଗ କରିବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।ଶୁଭସକାଳ , GOOD MORNING।

Leave A Reply

Your email address will not be published.