ଆଜି ସୁସ୍ଥ ହେବେ ମହାପ୍ରଭୁ

0 268

ପୁରୀ,୨୪/୬(ଏସଏସନିଉଜ) ଆଜି ଖଳି ଲାଗି ଏକାଦଶୀରେ ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି ସମ୍ପାଦନ ହେବ । ଶ୍ରୀ ବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧଲାଗି କରାଯିବା ସହ ତୁଳସୀ ଓ ବିଭିନ୍ନ ରଙ୍ଗୀନ ପୁଷ୍ପ ଲାଗି କରାଯିବ । ଏହା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ି ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ଶାସ୍ତ୍ରାନୁସାରେ ମହାପ୍ରଭୁଙ୍କ ଅଣସରକାଳୀନ ଏହି ଗୁପ୍ତନୀତି ଚାଲିଛି । ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବାସହ ମହାପ୍ରଭୁଙ୍କ ଖଳି ଲାଗି ଏକାଦଶୀ ନୀତି ଅନୁଷ୍ଠିତ ହେବ।

 

 

Leave A Reply

Your email address will not be published.