ଆଜିର ରାଶିଫଳ

0 229

୨୮-୨-୨୦୨୩(ମଙ୍ଗଳବାର)ରାତ୍ରି ଘ୪।୫ ଗତେ ବିବାହ ଓ ପାଣିଗ୍ରହଣ । ବିଛାରାଶିର ଘାତଚନ୍ଦ୍ର । କନ୍ୟାରାଶିର ଘାତଚନ୍ଦ୍ର । ମକରରାଶିର ଘାତବାର । ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଲାଉ ଭକ୍ଷଣ ନିଷେଧ ।
ମେଷ:-ପରମ ଭାଗ୍ୟଶାଳୀ ହେବେ । ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟଜୀବନ ସୁଖପ୍ରଦହେବ । ମିତ୍ରସୁଖ ମିଳିପାରେ । ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ ।
ବୃଷ:-ଆଳସ୍ୟପରାୟଣ ହେଲେବି ଆୟ ଆଶାନୁରୂପହେବ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମକଦ୍ଦମାରେ ବିଜୟୀହେବେ । ମୋକଦ୍ଦମାଖର୍ଚ୍ଚ ମିଳିବ । ଧନସମ୍ପଦ,ଭରପୂରରହିବ । ସୁସ୍ଥ ଓ ନିରାମୟ ରହିବେ ।
ମିଥୁନ:-ଅର୍ଥପ୍ରାପ୍ତ ହେବେ, ମାତ୍ର ବ୍ୟୟବୃଦ୍ଧି ହେବାର ସୂଚନାମିଳୁଛି ।କର୍ମଚଞ୍ଚଳ ରହିବେ । ମଧୁରକଥା କହି ପରକୁ ଆପଣାର କରିପାରନ୍ତି । ଧାର୍ମିକପ୍ରକୃତିର ହେବେ ।ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚିରହିବା
କର୍କଟ:-ସୁସ୍ଥ ଓ ନିରାମୟଜୀବନଯାପନ କରିପାରନ୍ତି ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।କର୍ମଚଞ୍ଚଳ ରହିବେ ।ସରକାରୀସ୍ତରରେ ସମ୍ମାନିତ ହେବେ ।ଗୃହସୁଖସହିତ ଯାନବାହନସୁଖ ମିଳିବ । ବହୁବିଦ୍ୟା ପାରଙ୍ଗମ ହେବେ।
ସିଂହ:-ଆୟ ଆଶାନୁରୂପ ହେବ ।କୁଳପ୍ରଦୀପ ହେବେ ।ମନ ପ୍ରସନ୍ନରହିବ ।ସୁସ୍ଥ ଓ ନିରାମୟ ରହିବେ।ଦୟାଳୁ ସ୍ୱଭାବରହେବେ। ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।ନିଜପରିବାର ପ୍ରତି ସ୍ନେହଶ୍ରଦ୍ଧା ଅତୁଟ ରହିବ ।
କନ୍ୟା:-ଶ୍ରମ ସାର୍ଥକହେବ ।ଭାଗ୍ୟଶାଳୀହେବେ।ଭୋଗବିଳାସ କରିପାରନ୍ତି ।ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।ବିଦ୍ୱାନ୍, ସାହସୀ ହେବେ ।ଉଦ୍ୟୋଗୀହେବେ ।ଦାମ୍ପତ୍ୟଜୀବନ ସୁଖପ୍ରଦହେବ ।ବିନୟଭାବର ହେବେ ।
ତୁଳା:-କାର୍ଯ୍ୟବିଳମ୍ବିତହୋଇପାରେ। ଈର୍ଷାପରାୟଣ ହୋଇପାରନ୍ତି । ସ୍ୱାଭିମାନୀହେବେ ।ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରଭାବ ବୃଦ୍ଧିହେବ । ସହଯୋଗୀବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା କରିବା ଭଲ।
ବିଛା:-ବହୁସୁଖର ଅଧିକାରୀ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକହେବ । ସମାଜସେବା ପ୍ରତି ମନ ବଳାଇପାରନ୍ତି ।ସ୍ଵକର୍ମ ପାଇଁ ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କଠାରୁ ପରାମର୍ଶ ମିଳିବ।
ଧନୁ:-ଭାଇମାନଙ୍କପ୍ରତି ସ୍ନେହଭାବ ରହିବ । ଚକ୍ଷୁରେ ଯନ୍ତ୍ରଣା ଅନୁଭବକରିପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍ ଓ ଶତୃହନ୍ତା ହୋଇପାରନ୍ତି । ଚାକିରିରେ ସୁନାମଅର୍ଜନ କରିବେ।
ମକର:-କ୍ରୋଧ ସମ୍ବରଣକଲେ ମାନ୍ୟତାପ୍ରାପ୍ତ ହେବେ ।କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନାମିଳୁଛି ।କନ୍ୟାସନ୍ତାନଦ୍ବାରା ଉପକୃତହେବେ । ତନ୍ତ୍ରମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀହେବେ । ଆର୍ଥିକସ୍ରୋତ ବହିବ ।
କୁମ୍ଭ:-ତେଜିୟାନ୍ ଓ କଡ଼ାମିଞ୍ଜାସର ହୋଇପାରନ୍ତି । ଉଦାରଭାବ ପ୍ରଦର୍ଶନ କରିପାରନ୍ତି । ଦାନଧର୍ମକୁ ଶ୍ରେୟ ମଣିପାରନ୍ତି ।ବ୍ୟକ୍ତିତ୍ଵରବିକାଶ ଘଟିବ । ସୁସ୍ଥ ଓ ନିରାମୟ ରହିବେ । କୃଷିକର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ମୀନ:-ବିବାଦୀୟଘଟଣାରେ ବିଜୟୀହେବେ । ମନପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି ।ପ୍ରେମୀ ଓସାହସୀ ହେବେ ।ସାନଭାଇମାନଙ୍କଠାରୁ ଆଦରସମ୍ମାନ ମିଳିବ । ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ ।
ଆଜିର ଦିନଟି ମଙ୍ଗଳମୟହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.