କେନ୍ଦୁପାଟଣା ବିଦ୍ୟାଳୟରେ ପ୍ରଶିକ୍ଷଣଶିବିର

0 256

ବାରଙ୍ଗ,୨୭/୨(ଏସଏସନିଉଜ) ବିଦ୍ୟାଳୟ ଗଣଶିକ୍ଷାବିଭାଗ ତରଫରୁ ଭୁବନେଶ୍ବରବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନାକମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନିଦିନିଆ ଏକ ସହଯୋଗ–୨ତାଲିମ ପ୍ରଶିକ୍ଷଣଶିବିର ବିଦ୍ୟାଳୟଶ୍ରେଣୀଗୃହରେ ଅନୁଷ୍ଟିତ ହୋଇଅଛି। ସୋମବାର ପ୍ରଥମଦିବସରେ ଆୟୋଜିତ ଶିବିରକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ଭଞ ଊଦଘାଟନ କରିଥିଲେ।ଶିବିରରେ ସିଆରସିସି ନିରଞନଦାସଙ୍କ ଆହ୍ବାନକ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ।ଆରପି ସୁକାନ୍ତୀସିଂହ ,ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି , ବିଦ୍ୟାଳୟ ପରିଚାଳନାକମିଟି ଗଠନ ଓ କାର୍ଯ୍ୟ ,ପଞ୍ଚାୟତ ଷ୍ଟାଣ୍ଡିଙ୍ଗକମିଟି ଗଠନ ଓ କାର୍ଯ୍ୟ ସହିତ ଗୁଣାତ୍ମକଶିକ୍ଷାର ମାନବୃଦ୍ଧିନିମନ୍ତେ ପ୍ରଶିକ୍ଷଣ ଦେଇଥିଲେ।ବିଦ୍ୟାଳୟର ସହକାରୀଶିକ୍ଷୟିତ୍ରୀ ସୀମାରାଣୀବେହେରା,ଶିକ୍ଷକ ସୋମନ୍ନାଥସିଂହ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.