ବାପାଙ୍କୁ ଗୁଳି କଲା ପୁଅ!.

0 206

ରାୟଗଡା ,୨୭ା୨(ଏସଏସନିଉଜ)ପାରିବାରିକ କଳହରୁ ଜଘନ୍ୟହତ୍ୟାକାଣ୍ତ ଘଟିଛି ।ରାୟଗଡାଜିଲା ପୁଟାସିଂଥାନା ଗୁଡ଼ିଗାଁରେ ପୁଅର ଗୁଳିମାଡ଼ରେ ବାପା ପ୍ରାଣ ହରାଇଛନ୍ତି । ରବିବାରସନ୍ଧ୍ୟାରେ ବାପାକାନ୍ତିନ ଓ ପୁଅମେଜ ମଧ୍ୟରେ କୌଣସିକାରଣକୁ ନେଇ ପ୍ରବଳ ଯୁକ୍ତିତର୍କ ହବାସହ ଭୟଙ୍କରରୂପ ନେଇଥିଲା । ବାପାକାନ୍ତିନ ନିଜ ସହ ବନ୍ଧୁକ ଧରି ଘରକୁ ଆସିଥିବାବେଳେ ପୁଅ ବାପାଙ୍କହାତରେ ବନ୍ଧୁକ ଦେଖି ଡରି ଯାଇ ବାପାଙ୍କ ଠାରୁ ବନ୍ଧୁକଛଡ଼ାଇବାକୁ ଚେଷ୍ଟା କରିଥିଲା। ଏହି ଟଣାଓଟରାଭିତରେ ହଠାତ୍ ବନ୍ଧୁକରେ ଲୋଡ ହୋଇଥିବା ଗୋଟିଏଗୁଳି ଫୁଟିଯିବା ସହ ସିଧାଯାଇ କାନ୍ତିନଙ୍କ ଦେହରେ ବାଜିଥିଲା। ଗୁଳିମାଡ଼ଯୋଗୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲୋଖବରପାଇ ପୋଲିସ ଘଟଣାସ୍ଥଳରୁ ପୁଅକୁ ଅଟକରଖି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.