ଆଜିର ଅନୁଚିନ୍ତା

ତାରିଖ - ୦୬:୦୯:୨୦୨୧ (ସୋମବାର)

0 337

🦋ପ୍ରତି ସକାଳର ଶୁଭାରମ୍ଭ ହୁଏ ଦେଖି ତୁମ ଚକାନୟନ..
ତୁମରି ନାମକୁ ନିତି ଭଜୁଥିବି ଥିବା ଯାଏଁ ଦେହେ ପରାଣ । ଜୟ ଜଗନ୍ନାଥ ।
🦋ପ୍ରେମ ହୁଏତ କେବେ ଆଘାତ ପହଞ୍ଚାଇ ପାରେ,କିନ୍ତୁ ବନ୍ଧୁତା ସର୍ବଦା ହିତ ସାଧନ ହିଁ କରିଥାଏ ।
🦋ପ୍ରଶଂସା କରି ଶିଖିଥିବା ବ୍ୟକ୍ତି ବହୁତ ଭାଗ୍ୟବାନ, କିନ୍ତୁ ଇର୍ଷା ଦ୍ୱାରା ନୁହେଁ ; ଅନ୍ୟ ମାନଙ୍କୁ ଇର୍ଷା କରିବା ଦ୍ୱାରା ନା ସେମାନଙ୍କର ଭାଗ୍ୟ ହ୍ରାସ ହୁଏ ନା ନିଜର ବୃଦ୍ଧି ହୁଏ
🦋ମନ୍ଦଶକ୍ତି ଯେତେ ଶକ୍ତିଶାଳୀ ହେଉନା କାହିଁକି, ତାର ଅନ୍ତିମ ସଂସ୍କାର ଭଲ ଶକ୍ତି ହିଁ କରେ, ସେହିପରି ମଣିଷ ତାର ଗୁଣ ଏବଂ କାର୍ଯ୍ୟ ଦ୍ୱାରା ହିଁ ଆଗକୁ ବଢେ, ଅନୁଗ୍ରହ ଦ୍ୱାରା ନୁହେଁ ।
🦋ପ୍ରେମ କରିବାର ଅଛି ତ ଭଗବାନଙ୍କୁ କରନ୍ତୁ, ଯାହାଙ୍କ ପାଖରେ ଧୋକା ବୋଲି କିଛି ଶବ୍ଦ ହିଁ ନାହିଁ।
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଯଦି ଆପଣଙ୍କ ଭିତରେ ପ୍ରତିଭା ଅଛି ତାକୁ ଭୟ ଓ ସଂଶୟରୁ ମୁକ୍ତ କରନ୍ତୁ ତଥା କ୍ଷମତା ଅନୁସାରେ ତା’ର ପରିଚୟ ଦିଅନ୍ତୁ…. ନିଜର ପ୍ରତିଭାକୁ ଭଗବାନଙ୍କ ଚରଣ କମଳରେ ସମର୍ପଣ କରିଦିଅନ୍ତୁ….

➡️”ହୋସ୍ ନଥିଲେ ଜୋଶ୍ ବ୍ୟର୍ଥ । ପରୋପକାର ନକଲେ ଜୀବନ ବ୍ୟର୍ଥ !!
➡️”ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ !!
➡️”ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ !!
➡️”ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ । ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ !!
➡️”ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ !!
ଆଜିର ନୀତିବାଣୀ
➡️”ଖଟ ବା ପଲଙ୍କ ତଳେ ପଇସା ବାକ୍ସ ରଖନ୍ତୁ ନାହିଁ – ଏହା ଅମଙ୍ଗଳ ଅଟେ।ଛୋଟ ପିଲାଙ୍କ ବିଛଣା ତଳେ ଲୁହା ଏବଂ କଳା ଟୀକା ରଖନ୍ତୁ -ଏହା ଦ୍ୱାରା ପିଲା ଉପରେ ଖରାପ ଶକ୍ତି ର ପ୍ରଭାବ ପଡ଼ିବ ନାହିଁ !!”
➡️”କାହା କଥାରେ ଯଦି କୌଣସି ଭୁଲ କିମ୍ବା ଠିକ ହୋଇ ଯାଉଥାନ୍ତା, ତେବେ ଦୁନିଆ ସ୍ୱର୍ଗ ପାଲଟି ସାରିଥାନ୍ତା, ତେଣୁ ସର୍ବଦା ସେହି କାମ କର ଯାହା ଠିକ ଏବଂ ସତ୍ୟ ଅଟେ…!!
➡️”ପିତ୍ତଳ କିମ୍ବା ତମ୍ବା ପାତ୍ର ରେ ଖାଆନ୍ତୁ | ଯଦି ନାହିଁ ତାହେଲେ କଦଳୀ-ଶାଳ କିମ୍ବା ପଦ୍ମ ପତ୍ରରେ ଭୋଜନ କଲେ ମଙ୍ଗଳ ହୋଇଥାଏ !!”
➡️”ବାପାଙ୍କ ଧୋତି ଫାଟିଯାଇଛି ତ ପୁଅର ଜିନ୍ସ ପିନ୍ଧିବାର କୌଣସି ଲାଭ ନାହିଁ….ମାଙ୍କ ସହ ଯଦି ଉଚ୍ଚ ଆବାଜରେ କଥା କହିଛ ତ ଦେବୀ ପୂଜାର କୌଣସି ଲାଭ ନାହିଁ !!
➡️”କିଛି ଭୁଲ କିମ୍ବା ଠିକ ନଥାଏ ପ୍ରକୃତରେ,ଆମ ଚିନ୍ତାଧାରା ହିଁ ସେସବୁକୁ ପରିବର୍ତ୍ତନ କରିଥାଏ !!

🙏.⛳🪔ଓଁ ନମଃ ଶିବାୟ🙏.⛳🪔 ଶୁଭ ସକାଳ, ଆଜି ସୋମବାର ସପ୍ତପୁରୀ ଭୋଗ ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଂ ଭାଗଭବେତ୍ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

Leave A Reply

Your email address will not be published.