ଆଜିର ରାଶିଫଳ

0 629

୨୩ମସିହା ଜାନୁୟାରୀମାସ ୩୧ତାରିଖ (ମଙ୍ଗଳବାର)ମାଘମାସ – ଶୁକ୍ଲପକ୍ଷ ,ତିଥି-ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୧୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୩/୨୨ ,ମକରରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର , ଏକାଦଶୀ ଓ ପ୍ରାବଣଶ୍ରାଦ୍ଧ କଳମଶାଗ ,ଶିମ୍ବ ଭକ୍ଷଣ ନିଷେଧ ।
ମେଷ-ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ।
ବୃଷ-ଦିନସାରା ଯୋଜନା ପ୍ରସ୍ତୁତକରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଚାକିରି ପରିବର୍ତ୍ତନ ଲାଗି ସମୟ ଭଲ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ।
ମିଥୁନ-ଦିମାକରେ ଲାଗି ରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଆପଣଙ୍କ ମନୋକାମନା ପୂରାହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିଙ୍କପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ।
କର୍କଟ-ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ପ୍ରାପ୍ତହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ। ଅଧ୍ୟୟନରେ ମନ ଲାଗିବ।
ସିଂହ-ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ଥଗିତଥିବାକାର୍ଯ୍ୟ ବନ୍ଧୁଙ୍କମାଧ୍ୟମରେ ପୂରାକରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ପରିବାରର କୌଣସି ସଦସ୍ୟଙ୍କଠାରୁ ଖୁସିଖବର ମିଳିବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।
କନ୍ୟା-ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କ ମନ କାମଧନ୍ଦାରେ ଲାଗିରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରାହେବ। ଅଚାନକ ଧନପ୍ରାପ୍ତିହେବ। ନିଜପାଇଁ ପରିଧାନ କିଣିବେ।
ତୁଳା-ଆପଣଙ୍କ କଳ୍ପନାଶକ୍ତି ଆପଣଙ୍କଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ପ୍ରଶଂସା କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ।
ବିଛା-ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କସହିତ ଅଧିକସମୟ ବ୍ୟୟକରିବେ। ଆବଶ୍ୟକତାଅନୁସାରେ ଖର୍ଚ୍ଚକରନ୍ତୁ। ବୈଦେଶିକବେପାର ସମ୍ବନ୍ଧିତ ଭଲଖବର ପାଇବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
ଧନୁ-ଆଗକୁ ବଢ଼ିବାର ଦିନଟିଏ। ଯାହାବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ।
ମକର-ଆଗକୁ ବଢ଼ିଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରଛାତ୍ରୀମାନେ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।
କୁମ୍ଭ-ପୂଜାପାଠକାର୍ଯ୍ୟକ୍ରମରେ ରୁଚିବଢ଼ିବ। ଅଫିସ୍ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଆର୍ଥିକ ଲାଭହେବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ।
ମୀନ-ପୂରାଦିନ ସତର୍କରହିବାର ଆବଶ୍ୟକତାରହିଛି। ବଡ଼ଙ୍କରାୟ ଗ୍ରହଣକରନ୍ତୁ ଲାଭ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ।

ନିତୀବାଣୀ-ଗୋଟିଏ ହସ ହଜାରହଜାର ଦୁ୍ଃଖକୁ ଭୁଲାଇ ଦେଇଥାଏ ଜୀବନ ରାସ୍ତାରେ ସମ୍ଭାଳି କରି ଚାଲିବ ବନ୍ଧୁ କାହିଁକି ନା ଗୋଟିଏ ଭୁଲ ହଜାରହଜାର ସ୍ବପ୍ନକୁ ପୋଡି ପାଉଁଶରେ ପରିଣତ କରିଦିଏ।
ନିତୀବାଣୀ-ମହାଦେବଙ୍କ ପ୍ରିୟ ପୁଷ୍ପ..ହିନ୍ଦୁଧର୍ମରେ ପ୍ରତ୍ୟେକ ଶୁଭକାମ, ପୂଜାପାଠରେ ଫୁଲ ବ୍ୟବହାର କରାଯାଏ। ବିଭିନ୍ନ ଦେବଦେବୀଙ୍କୁ ଭିନ୍ନ ଭିନ୍ନ ପୁଷ୍ପ ଅର୍ପଣ କରାଯାଏ। ଏହିକ୍ରମରେ ମହାଦେବଙ୍କୁ କେଉଁ ଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା।
ଦୁଦୁରା- ଶିବଲିଙ୍ଗରେ ନିୟମିତ ଦୁଦୁରାଫୁଲ ସହ ବେଲପତ୍ର ଓ ଦୂବ ଅର୍ପଣକଲେ ଧନପ୍ରାପ୍ତି ହୋଇଥାଏ। ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହିଫୁଲ ଅର୍ପଣକଲେ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଅରଖ-ଅରଖଫୁଲ ଅର୍ପଣ କରିବାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖଫୁଲ ଅର୍ପଣକଲେ ବିଦ୍ୟାକ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁ ବ୍ୟକ୍ତି ନିୟମିତ ଅରଖଫୁଲ ଅର୍ପଣକରେ, ତାର ମୃତ୍ୟୁପରେ ତାକୁ ଶିବଲୋକପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
କନିଅର-ଏହିଫୁଲ ଭଗବାନଶିବଙ୍କର ଖୁବ ପ୍ରିୟଅଟେ। ଏହାକୁ ନିୟମିତ ଅର୍ପଣକଲେ ନିଜଇଚ୍ଛା ଅନୁଯାୟୀ ଭଲ ଜୀବନସାଥୀ ପ୍ରାପ୍ତିହୋଇଥାଏ। ଶିବପୁରାଣରେ ଏହିଫୁଲର ବିଶେଷତ୍ବବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ କୁହାଯାଇଛିଯେ, ଏକଲକ୍ଷ କନିଅରଫୁଲ ଶିବଙ୍କୁଅର୍ପଣକଲେ ସମସ୍ତରୋଗ ଓ ଶୋକନାଶ ହୋଇଥାଏ।
ଅଗସ୍ତି-ଏହାକୁ ଅର୍ପଣକଲେ ସମାଜରେ ମାନସମ୍ମାନ ଓ ଖ୍ୟାତିପ୍ରାପ୍ତି ହୋଇଥାଏ। ଯେଉଁବ୍ୟକ୍ତି ଅଗସ୍ତି ଫୁଲ ମହାଦେବଙ୍କୁ ଅପର୍ଣକରେ, ସେ ଶ୍ରୀହରିଙ୍କ ମଧ୍ୟ ପ୍ରିୟହୋଇଥାଏ।
ସେଫାଳି- ଭଗବାନଶିବଙ୍କୁ ସେଫାଳି ଅର୍ପଣକଲେ ମାନସିକଶାନ୍ତି ମିଳିବା ସହ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ। ମହାଦେବଙ୍କୁ ଏହିଫୁଲ ଅତ୍ୟନ୍ତପ୍ରିୟ, ତେଣୁ ଏହାକୁ ଅର୍ପଣକଲେ ମୋକ୍ଷପ୍ରାପ୍ତି ହୋଇଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.