ବାଇକକୁ ପିଟିଲା ଥରଗାଡି,୨ଗୁରୁତର

0 362

ବାରଙ୍ଗ,୩୦ା୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳୀସାହି ନିକଟ ନନ୍ଦନକାନନ ବାରଙ୍ଗମୁଖ୍ୟ ରାସ୍ତାରେ ସୋମବାରରାତିରେ ଏକ କାର ଧକ୍କାରେ ୨ଜଣ ଗୁରୁତର ହୋଇଛନ୍ତି।ଗୁରୁତର ୨ଜଣ ହେଉଛନ୍ତି ଉକ୍ତଥାନା ବଙ୍ଗାଳୀସାହିର ଲାଳନ ଦାସ(୨୮) ଏବଂ ତାଙ୍କ ପୁତୁରା ସତ୍ୟେନ୍ଦ୍ର ସିଂ (୧୪)। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଡ଼ାକ୍ତରଖାନା ପଠାଇଛନ୍ତି। ସୁଚନାମୁତାବକ ଲାଳନ ନିଜ ପୁତୁରାଙ୍କୁଧରି କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜମାଙ୍କୁ ଦେଖାକରି ନିଜର ବାଇକ(ଓଡ଼ି-୦୫-ଇ-୧୯୮୫) ଯୋଗେ ଘରକୁ ଫେରିବା ସମୟରେ ରାତି ପ୍ରାୟ ୭.୩୦ ସୁଦ୍ଧା ବଙ୍ଗାଳୀସାହି ନିକଟସ୍ଥ ବାଇପାସରେ ଦୃତଗତିରେ ଆସୁଥିବା ଏକ ମହିନ୍ଦ୍ରା ଥର(ଓଡ଼ି-୦୨-ବିଡ଼ବ୍ଲୁ -୮୨୧୭) ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା।ସେହି ସ୍ଥାନରେ ହମ୍ପସ ରହିଥିଲେ ସୁଦ୍ଧା ଗାଡିଚାଳକ ହମ୍ପସକୁ ଡେଇଁ ବାଇକକୁ ଧକ୍କାଦେଇଥିଲା।ଫଳରେ ଉଭୟ ଲାଳନ ଓ ତାଙ୍କ ପୁତୁରା ଗାଡିରୁ ଛିଟିକି ରାସ୍ତାରେ ପଡ଼ିଥିଲେ। ହେଲେ ତାଙ୍କ ବାଇକଟି ଗାଡିଆଗରେ ଲାଗିରହିବାରୁ ଚାଳକ ପ୍ରାୟ ୨୦୦ମିଟର ପର‌୍ୟ୍ୟନ୍ତ ବାଇକକୁ ଘୋଷାଡି ନେଇଥିଲା।ଏହି ଘଟଣାଘଟାଇ ଗାଡିଚାଳକ କେଉଁଆଡେ ଫେରାର ହୋଇଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାମୁତାବକ କାରରେ ଦୁଇଜଣ ଥିଲେ।ଦୁର୍ଘଟଣାରେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବାରଙ୍ଗଥାନା ପୋଲିସ ଘଟଣାସ୍ଥଳରେପହଞ୍ଚି ଗୁରୁତରଙ୍କୁ ପିସିଆରଯୋଗେ ଡ଼ାକ୍ତରଖାନା ପଠାଇଥିଲେ।ପୋଲିସ ଗାଡିଟିକୁ ଜବତକରି ତଦନ୍ତ ଜାରିରଖିଛି।ଏହି ଘଟଣାପରେ ଉକ୍ତସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.