ଆଜିର ଅନୁଚିନ୍ତା

 ତାରିଖ : ୨୭/୦୪/୨୦୨୧,ମଙ୍ଗଳବାର

0 500

➡️”ଛୋଟ ହେଉ ବା ବଡ଼,ଭୁଲ ତ ଭୁଲ ହୋଇଥାଏ।ଏହାକୁ ଅଣଦେଖା ନକରି ନିଜ ଭୁଲ ସୁଧାରିବାକୁ ଚେଷ୍ମା କରିବା ଉଚିତ । କାହିଁକି ନାଁ ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରହିଥାଏ !
➡️”ଏକ ମଜବୁତ ବନ୍ଧୁତା ପାଇଁ ପ୍ରତିଦିନ କଥାବାର୍ତ୍ତା କିମ୍ବା ଏକାଠି ରହିବାର ଆବଶ୍ୟକତା ନାହିଁ । ଯେପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ଜୀବନ୍ତ ରହିବ , ପ୍ରକୃତ ବନ୍ଧୁ କେବେ ବି ଅଲଗା ହେବେ ନାହିଁ !
➡️”ସମ୍ପର୍କ ତାହାକୁ ହିଁ କୁହାଯାଏ ଯେଉଁଠାରେ ଶବ୍ଦ କମ୍ ବୁଝିବା ଅଧିକ ଥାଏ । ଯେଉଁଠାରେ ଝଗଡା କମ୍ ପ୍ରେମ ଅଧିକ ଥାଏ ଯେଉଁଠାରେ ଆଶା କମ୍ ବିଶ୍ଵାସ ଅଧିକ ଥାଏ
➡️”ନିଜ ସ୍ବପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ , କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ !
➡️”ସବୁବେଳେ ହସିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ସ୍ଥିତିରେ ଅଛି ଏଠି ଆପଣଙ୍କ ହସ ଛଡ଼େଇ ନେଇ କନ୍ଦେଇବା ଲୋକ ଅନେକ ଅଛନ୍ତି !
➡️” ଅନୁମାନ ” ଆମର ଭୁଲ ହୋଇପାରେ କିନ୍ତୁ ” ଅନୁଭୂତି ” ନୁହେଁ , କାହିଁକିନା ଅନୁମାନ କେବଳ ମନର ଗୋଟିଏ କଳ୍ପନା ହୋଇଥିଲା ବେଳେ ଅନୁଭୂତି ଏକ ଶିକ୍ଷା ହୋଇଥାଏ !
➡️”ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଇଚ୍ଛା ନେଇ ଆଗକୁ ବଢନ୍ତୁ !
ଆଜିର ନୀତିବାଣୀ
➡️”ଆଶାନୁରୂପ ଫଳ ନମିଳିଲେ ଅଧୈର୍ଯ୍ୟ ନହୋଇ ଧୈର୍ଯ୍ୟର ସହିତ ଅଧିକ ସୁଫଳ ପାଇବା ପାଇଁ ପ୍ରଯତ୍ନ ଜାରି ରଖିବା ଉଚିତ୍ !
➡️”ମୃତ୍ୟୁ ହେଉଛି ସବୁଠାରୁ ଅଧିକ ଶକ୍ତିଶାଳୀ !
➡️”ମୃତ୍ୟୁ ପାଖରେ ଉଚ୍ଚ ନୀଚ, ଛୋଟ ବଡ, ଧନୀ ଗରିବ, ରାଜା ପ୍ରଜା, ଦେବ ଦାନବର କିଛି ଫରକ ନାହିଁ । ସେ ସମସ୍ତଙ୍କୁ ସମାନ କରିଦିଏ । ମୃତ୍ୟୁକୁ ସଚେତନ, ପ୍ରାଜ୍ଞ ବ୍ୟତୀତ ଅନ୍ୟ ସମସ୍ତେ ଡରନ୍ତି !!
➡️”ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !
➡️”ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ !
➡️”ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ !
ଆଜିର ସୁବିଚାର
➡️”ଆଜିର ଦୁନିଆରେ ସେହିମାନେ ବେଶୀ କଷ୍ଟ ପାଆନ୍ତି ଯେଉଁମାନେ ନିଜ ଠାରୁ ଅଧୁକ ଅନ୍ୟମାନଙ୍କୁ ଭରସା କରନ୍ତି ଓ ନିଜର ଭାବନ୍ତି !
➡️”ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼େଇବାକୁ ଚାଲି ଆସନ୍ତି ସେଥିପାଇଁ ତ ଶବ ଟିଏ ଗଲା ବେଳେ ସମସ୍ତେ ପଛରେ ଚାଲିନ୍ତି ଆଉ ବରଯାତ୍ରୀ ଗଲା ବେଳେ ସମସ୍ତେ ଆଗରେ ଚାଲନ୍ତି !
➡️”ପ୍ରେମ ଆଉ ବନ୍ଧୁତା ଏହି ଦୁଇଟି ଜିନିଷ ସବୁ ଝଡ ତୋଫାନକୁ ସାମ୍ନା କରିପାରନ୍ତି … କିନ୍ତୁ , ଏ ଦୁଇଟିକୁ ଗୋଟିଏ ଜିନିଷ ଭାଙ୍ଗି ଚୁରମାର କରିଦିଏ , ତାହା ହେଲା ” ଭୁଲ ବୁଝାମଣା ” !
➡️”ଅଦୃଶ୍ୟ ଭାଇରସ୍ ଯଦି ତୁମକୁ ଡରେଇ ଦେଇ ପାରୁଛି ତାହାଲେ ଅଦୃଶ୍ୟ ଭଗବାନ ବି ତୁମକୁ ନିଶ୍ଚୟ ବଂଚେଇବେ ଖାଲି ପ୍ରାର୍ଥନା କର !
➡️”ଯେବେ ବାହାର ଲୋକ କଷ୍ଟ ଦିଅନ୍ତି ତାଙ୍କ ଉପରେ ରାଗ ଆସିନଥାଏ । କିନ୍ତୁ ଯେବେ ନିଜ ଲୋକଟି କଷ୍ଟ ଦେଇଥାଏ ଆଖୁରୁ ଆପେ ଆପେ ଲୁହ ଝରିଯାଏ !
➡️”ଜୀବନରେ ସତ୍ ଓ ଭଲ କର୍ମ କରି ଚାଲନ୍ତୁ କିଏ ଦେଖୁ ଅବା ନ ଦେଖୁ .. କାହିଁକିନା , ପ୍ରରିଶ୍ରମର ଫଳ ଓ ମଣିଷ ଦେଇଥାଏ , କିନ୍ତୁ ପୁଣ୍ୟର ଫଳ କେବଳ ଇଶ୍ଵର ଦେଇଥାନ୍ତି .. !
ମହାପୁରୁଷଙ୍କ ବାଣୀ
➡️”ଯଦି କେହି ଏହି ସମସ୍ୟାର ସମାଧାନ କରିପାରନ୍ତି ତେବେ ଚିନ୍ତା କାହିଁକି? ଯଦି ଅସୁବିଧା ସମାଧାନ ହୋଇପାରିବ ନାହିଁ, ତେବେ ଏହାର ଅର୍ଥ ହେଉଛି ଯେ ଆପଣ କିଛି ଭଲ କାମ କରୁନାହାଁନ୍ତି। – ଗୋୖତମ ବୁଦ୍ଧ !
➡️”ପ୍ରତ୍ୟେକ ବ୍ୟକ୍ତି ମହାନ କାରଣ ପ୍ରତ୍ୟେକ ବ୍ୟକ୍ତି ସେବା କରିପାରିବେ , ସେବା କରିବା ପାଇଁ ତୁମର କଲେଜ ଡିଗ୍ରୀ ଦରକାର ନାହିଁ , ତୁମର ସେବା କରିବା ପାଇଁ କେବଳ ତୁମର ହୃଦୟରେ ଦୟା ରହିବା ଆବଶ୍ୟକ ଏବଂ ପ୍ରେମରୁ ଜନ୍ମିତ ଏକ ଆତ୍ମା” – ମାର୍ଟିନ୍ ଲୁଥର୍ କିଙ୍ଗ !
➡️”ପ୍ରତିଦିନ ରାତିରେ ଯେତେବେଳେ ମୁଁ ଶୋଇବାକୁ ଯାଏ, ମୁଁ ମରିଯାଏ , ଏବଂ ପରଦିନ ସକାଳେ, ଯେତେବେଳେ ମୁଁ ଜାଗ୍ରତ ହୁଏ, ମୁଁ ପୁନର୍ବାର ଜନ୍ମ ହୁଏ” – ମହାତ୍ମା ଗାନ୍ଧୀ !
➡️”ଆମକୁ ସୀମିତ ବିଫଳତା ଗ୍ରହଣ କରିବାକୁ ହେବ କିନ୍ତୁ ଅସୀମିତ ଆଶା ହରାଇବାକୁ ପଡିବ ନାହିଁ” – ମାର୍ଟିନ୍ ଲୁଥର୍ କିଙ୍ଗ !
➡️”ଆମେ ଭାଇମାନଙ୍କ ପରି ଏକାଠି ରହିବାକୁ ଶିଖିବା, ନଚେତ୍ ସମସ୍ତେ ମୂର୍ଖ ପରି ନଷ୍ଟ ହୋଇଯିବେ” – ମାର୍ଟିନ୍ ଲୁଥର୍ କିଙ୍ଗ ! ଶୁଭ ସକାଳ ଜୟ ଶ୍ରୀକୃଷ୍ଣ !

 

Leave A Reply

Your email address will not be published.