ଆଜିର ଅନୁଚିନ୍ତା

ତାରିଖ - ୧୭:୦୫:୨୦୨୧ ( ସୋମବାର)

0 717

➡️ମଣିଷ ସବୁବେଳେ ଏକା ପରି ନ ଥାଏ-ପ୍ରଥମେ ମଣିଷ ଠୋକର୍ ଖାଏ-ତା’ପରେ ଶିକ୍ଷା ପାଏ-ଆଉ ତା’ପରେ ବଦଳି ଯାଏ ।
➡️ଯଦି ଅନ୍ୟର ସଫଳତାକୁ ଆମେ ସ୍ୱୀକାର କରିନପାରନ୍ତି ତେବେ ତାହା ଆମର ଇର୍ଷା ଵନିଯାଏ, ଆଉ ଯଦି ସ୍ୱୀକାର କରିନିଅନ୍ତି ତେବେ ତାହା ଆମ ପାଇଁ ପ୍ରେରଣା ଵନିଯାଏ।
➡️ଭଗବାନ ସବୁ ସମ୍ପର୍କ କୁ ଆଗରୁ ତିଆରି କରି ପଠେଇ ଥାନ୍ତି କିନ୍ତୁ ଦୁଇଟି ସମ୍ପର୍କ ଆମେ ଏହି ପୃଥିବୀକୁ ଆସିଲା ପରେ ହିଁ ତିଆରି କରି ଥାଉ ଗୋଟିଏ ହେଲା “ବନ୍ଧୁତା” ଆଉ ଅନ୍ୟଟି ହେଲା “ଶତ୍ରୁତା” ।
➡️ଜିତିବାର ଇଚ୍ଛାଟା ସେତେବେଳେ ଖୁବ ବେଶି ବଢ଼ିଯାଏ
ଯେତେବେଳେ ତୁମକୁ ହରାଇବାକୁ କେହି ଆପ୍ରାଣ ଚେଷ୍ଟା କରୁଥାନ୍ତି ।
➡️ସମ୍ପର୍କ Tom and Jerry ପରିକା ହେବା ଦରକାର, ସବୁବେଳେ ଝଗଡ଼ା ଲାଗିବେ କିନ୍ତୁ କେହି କାହାକୁ ଛାଡି ରହିପାରିବେ ନାହିଁ ।
?ଶୁଭ ସକାଳ? ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ?ଜୟ ଜଗନ୍ନାଥ?

Leave A Reply

Your email address will not be published.