ବାରଙ୍ଗରେ ସଟଡାଉନ୍ ନିୟମକୁ ମାନୁ ନାହାଁନ୍ତି ଅମାନିଆ,ଆଜି ୨୮ ଆକ୍ରାନ୍ତ ଚିହ୍ନଟ

0 492

ବାରଙ୍ଗ,୧୬/୫(ଏସଏସନିୟୁଜ) ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୨୮ ଜଣ ଥିବା ସୂଚନା ମିଳିଛି। ବେଲଗଛିଆ, ହରିଅନ୍ତା, କରକୋରା, ମୁଣ୍ଡଳି,ଶ୍ରିବନ୍ତପୁର ପଞ୍ଚାୟତରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି।ଦାଢାପାଟଣା,କୁରାଙ୍ଗ ଶାସନ ପଞ୍ଚାୟତ ରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି କୁହ୍ନେଇପଡା, ଖଲର୍ଦ୍ଦା,ମଧୁପୁର,ଉଷୁମା ପଞ୍ଚାୟତ ରୁ ୧ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନରାଜ ମାର୍ଥାପୁର ପଞ୍ଚାୟତ ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବାରଙ୍ଗରେ ଧିରେଧିରେ ବଢିବଢି ସଂକ୍ରାମଣଙ୍କ ସଂଖ୍ୟା ୩୫୦ରେ ପହଁଚିଲାଣି ।୩୨ଟିଗ୍ରାମ ଗ୍ରିନ୍ ଯୋନ୍‌, ୧୩ଟିଗ୍ରାମ ରେଡ୍ ଯୋନ୍‌,୩୧ଟିଗ୍ରାମ ୟଲୋ ଯୋନ୍‌ରେ ରହିଛି ।ସେହିଭଳିଭାବେ ୮୬ଜଣ ହୋମ ଆଇସୋଲେସନରେ ରହିଥିବାବେଳେ୨୮ଜଣ ମେଡିକାଲରେ ଚିକିସ୍‌ାଧିନ ରହିଥିବାନେଇ ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।ଅନ୍ୟପଟେ ଭୁବନେଶ୍ୱର ଉପକଣ୍ଠ ଗ୍ରାମ ସମେତ ବାରଙ୍ଗ ଅଞ୍ଚଳର ଗ୍ରାମ ମାନଙ୍କରେ ଲକଡାଉନ୍ ହେଉ କିମ୍ବା ସଟଡାଉନ୍ ରେ ଅମନିଆଙ୍କ ଉତ୍ପାତ ଦେଖିବାକୁ ମିଳୁଛି।ଗୋଟିଏ ପଟେ ରାଜଧାନୀ ଉପକଣ୍ଠ ଗ୍ରାମମାନଙ୍କରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହି ଅମାନିଆ ଙ୍କ ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଛି।ସଟଡାଉନ୍ ସମୟରେ ଅଞ୍ଚଳର ଗ୍ରାମାଞ୍ଚଳ ମାନଙ୍କରେ କଟକଣା ନ ମାନି ଅନେକ ଦୋକାନ ମଧ୍ୟ ଖୋଲା ରହୁଛି।ଯଦି ଅଞ୍ଚଳରେ ଅମାନିଆ ଙ୍କ ଉତ୍ପାତ ଏହିପରି ଚାଲୁରୁହେ ତେବେ ସଂକ୍ରମଣ ପରିସ୍ଥିତି ଅତ୍ୟଧିକ ଭୟଭୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ପ୍ରଶାସନ ଏଥପ୍ରତି ତୁରନ୍ତ ଦୃଷ୍ଟିଦେଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.