ଆଜିର ଅନୁଚିନ୍ତା

ତାରିଖ - ୨୪:୦୫:୨୦୨୧ ( ସୋମବାର )

0 346

➡️ଏ ଦୁନିଆରେ ପିତା ମାତା ଛଡା କେହି ନିଜର ନାହାଁନ୍ତି, ସମସ୍ତେ କେବଳ ସ୍ବାର୍ଥ ପାଇଁ ହିଁ ସମ୍ପର୍କ ଗଢି ଥାଆନ୍ତି —।
➡️ସଫଳତା ସେହି ମଣିଷକୁ ମିଳିଥାଏ ଯେଉଁ ମଣିଷ କର୍ମକୁ କେବେ ଛୋଟ ବୋଲି ମନେ କରି ନଥାଏ । କାରଣ କୌଣସି କାମ ଛୋଟ କିମ୍ବା ବଡ଼ ହୋଇ ନଥାଏ ସବୁ କର୍ମ ର ଆରମ୍ଭ ଛୋଟରୁ ହିଁ ହୋଇଥାଏ !

➡️ଦ୍ବିତୀୟ ଥର ଗରମ କରାଯାଇଥିବା ଚା ଆଉ ବୁଝାମଣା କରାଯାଇଥିବା ସମ୍ପର୍କ ଏହି ଦୁଇଟିରେ ପ୍ରଥମ ପରି ସ୍ବାଦ କେବେହେଲେ ମିଳିନଥାଏ ।
➡️ଯେଉଁ ବ୍ୟକ୍ତି ଅହଂକାରର ବଶବର୍ତ୍ତୀ ହୋଇ କିଛି ପଦକ୍ଷେପ ନେଇଥାଏ ସେ ହିଁ ଅହଂକାର ପାଇଁ ଦିନେ ପଶ୍ଚାତାପ କରେ !
➡️Life ରେ ଅନେକ ଦୁଃଖ ଓ ସମସ୍ୟା ଆସିବ ହେଲେ ସେ Time ରେ କେବେ ଭାଙ୍ଗି ପଡିବ ନାହିଁ କାରଣ ଭଗବାନ ଜଣେ Director ଆଉ ସବୁଠୁ କଠିନ Role ସେ Best Actor କୁ ହିଁ ଦେଇଥାଆନ୍ତି ।
➡️”ଅଳ୍ପ ରେ ଖୁସି ହୁଅନ୍ତୁ ଅଧିକ ଆଶା କରନ୍ତୁ ନାହିଁ . କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ , ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କନ୍ଦେଇ ଦେଇଥାଏ !
➡️”ଦିନ ପରେ ରାତି , ରାତି ପରେ ଦିନ ହେଲା ଭଳି ଜୀବନରେ ସୁଖଦୁଃଖ ଲାଗିରହିବ . ଏ ଜୀବନଟା ଗୋଟେ ରଙ୍ଗମଞ୍ଚ ଏଠି ଦୁଃଖରେ ହସିବାକୁ ପଡ଼ିବ , ଆଉ ସୁଖରେ କାନ୍ଦିବାକୁ ପଡ଼ିବ !
➡️”ବୋହି ଯାଇଥିବା ପାଣି , ବାହାରି ଯାଇଥିବା କଥା , ବିତି ଯାଇଥିବା ସମୟ ଓ ଚାଲି ଯାଇଥିବା ପିଲାଦିନ ଯେତେ ଖୋଜିଲେ ବି ଜୀବନରେ ପୁନଶ୍ଚ ଫେରି ଆସେ ନାହିଁ
➡️”କିଛି ଲୋକ କୁହନ୍ତି ନିଜର କଷ୍ଟ ଅନ୍ୟକୁ କହିଦେଲେ ଟିକିଏ କମିଯାଏ , ହେଲେ ନିଜ କଷ୍ଟ ସମସ୍ତଙ୍କୁ କୁହନ୍ତୁ ନାହିଁ କାହିଁକିନା ସମସ୍ତଙ୍କ ଘରେ ମଲମ ନ ଥାଏ କିନ୍ତୁ ଲୁଣ ସମସ୍ତଙ୍କ ଘରେ ଥାଏ !
➡️”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୁର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୁର୍ତ୍ତ କାଲିକି ଥିବ କି ନାହିଁ !
ଆଜିର ନୀତିବାଣୀ
➡️”ଭଲ, ସଂସ୍କାରୀ ଘରର ପିଲା ଯୋଉଠିକୁଗଲେ ମଧ୍ୟ ନିଜ କୁଳର ମର୍ଯ୍ୟାଦା ରକ୍ଷା କରିବା ଉଚିତ୍ !
➡️”ଭଲର ପ୍ରଭାବ ମନ୍ଦ ଉପରେ ପଡିପାରେ ମାତ୍ର ମନ୍ଦର ପ୍ରଭାବର ଭଲ କେବେ ମନ୍ଦ ହୋଇଯାଏ ନାହିଁ !
➡️”ଭୋକିଲା ଖାଇବାରେ ଭଲମନ୍ଦ ବାଛେ ନାହିଁ !
➡️”ମଣିଷ ପାଇଁ ତାର ମୂର୍ଖତା ହିଁ ଅଧିକ ଦୁଃଖଦାୟକ !
➡️”ମଦ ଓ ନାରୀ-ଏ ଦୁହିଁଙ୍କଠାରୁ ନିଜକୁ ବଂଚାଇ ରଖି ପାରିଲେ ହିଁ ମଙ୍ଗଳ !
➡️”ମନ ପବିତ୍ର ହେଲେ ଗୋବରଗଡିଆ ଗଙ୍ଗା !
➡️”ମନ୍ତ୍ରୀର ମୁଖ ରାଜନୀତି, ଲମ୍ପଟୀର ମୁଖ ବେଶ୍ୟାସଙ୍ଗ
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?ଜୟ ଜଗନ୍ନାଥ?

Leave A Reply

Your email address will not be published.