ଜୋର ଧରିଲା ରାଜନୀତି

ଖବର ଆଜିର,ତାରିଖ ୨୪-୦୫-୨୦୨୧/ ସୋମବାର

0 793

୧-ଅବପାତର ରୂପ ନେଲା ଲଘୁଚାପ ; ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ : ଆଇଏମଡି ।
୨-ଲ୍ୟାଣ୍ଡଫଲବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ। ବେଳେବେଳେ ଝଟକା ପବନର ବେଗ ୧୮୫ କିଲୋମିଟର ଛୁଇଁବ।
୩-ବାତ୍ୟା ୟସ୍‍ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ଓଡ଼ିଶାର ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର ଜିଲା ସବୁଠାରୁ ଅଧିକ ପ୍ରଭାବିତ ହେବ ।
୪-ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଚିନ୍ତା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ।
୫-ଜୁନ ୧ରେ ହେବ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା । ଜୁଲାଇରେ ହୋଇପାରେ ପରୀକ୍ଷା ।
୬-ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ନ ହେବା ଉପରେ ଗୁରୁତ୍ବରାରୋପ। ବାତ୍ୟା ଯୋଗୁଁ କୋଭିଡ ଚିକିତ୍ସା ସେବା ବାଧାପ୍ରାପ୍ତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ।
୭-ଏଲୋପାଥି ନିର୍ବୋଧ ବିଜ୍ଞାନ ବୋଲି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା, ରାମଦେବଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ ।
୮-ଯୁବକଙ୍କୁ ଚାପୁଡା ମାରି, ମୋବାଇଲ ଭାଙ୍ଗି ଜିଲାପାଳ ହଟିଲେ, ଛତିଶଗଡର ସୁରଜପୁର ଜିଲାର ଘଟଣା।
୯-ଆସାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୭ ଆତଙ୍କବାଦୀ ନିହତ ।
୧୦-ମେ ୨୬ରେ ଦୃଶ୍ୟମାନ ହେବ ଚଳିତ ବର୍ଷର ‘ସୁପରମୁନ୍’ ।
୧୧-ବାତ୍ୟା ମୁକାବିଲା ପ୍ରସ୍ତୁତି: ଶକ୍ତିମନ୍ତ୍ରୀ କହିଲେ, ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । କୋଭିଡ୍ କେୟାର, ହସ୍ପିଟାଲରେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା ।
୧୨-ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ ।
୧୩-ସାଗର ହତ୍ୟା ମାମଲା; ଫେରାର ଥିବା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ।
୧୪-ବୁଲା ଗାଈ  ଗୋରୁ ଓ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ  ଦ୍ବିତୀୟ ପର୍ଯ୍ୟାୟ ରେ ପଞ୍ଚାବନ ଲଷ ଟଙ୍କା ସହାୟତା  ମଞୁର ।
୧୫-ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଛତିଶଗଡ ଲଗାଇଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଜୋର ଧରିଲା ରାଜନୀତି ।
୧୬-ପିଏମ୍‍ କେୟାର୍ସ ପାଣ୍ଠିରୁ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡ଼ିକାଲ ଅମ୍ଳଜାନ ପ୍ଲାଂଟ୍‍ : ଧର୍ମେନ୍ଦ୍ର ପ୍ରଧାନ .
୧୭-ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍; ୧୧ ଜଣ ଅସୁସ୍ଥ ,୩ ଗୁରୁତର ।ପାରାଦୀପ ଲକ ଥାନା ଅନ୍ତର୍ଗତ ପାରାଦୀପଗଡ଼ର ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ନାମକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି।
୧୮-ଶରୀରରେ ମହୁମାଛି ଚଢାଇ ଫଟୋସୁଟ୍ କଲେ ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି, ସ୍ଥିର ହୋଇ ଛିଡା ହେଲେ ୧୮ ମିନିଟ୍ ।
୧୯-ସେରମ୍‍ ଦେଲା ପୁଣି ଲକ୍ଷେ ‘କୋଭିସିଲ୍ଡ’, ୭୧ ଲକ୍ଷ ଟପିଲା ଟିକାକରଣ ।
୨୦-ଶେଷ ହେଲା ନୌସେନାର Barge P305 ଅପରେସନ, ମିଳିଲା ୭୦ ମୃତଦେହ ୧୬ ନିଖୋଜ ।ଶୁଭ ସକାଳ,ସୁପ୍ରଭାତ

 

Leave A Reply

Your email address will not be published.