ଆଜିର ଅନୁଚିନ୍ତା

ତାରିଖ - ୦୩:୦୬:୨୦୨୧ ( ଗୁରୁବାର )

0 276

➡️ଧୈର୍ଯ୍ଯ ହରାଅ ନାହିଁ ,ସୃଷ୍ଟି କର୍ତ୍ତା ସବୁ ସମସ୍ୟାର ସମାଧାନ କରିବେ ଏବଂ ଉଚିତ୍ ମାର୍ଗ ଦେଖେଇବେ ।
➡️କୌଣସି କଥାକୁ ନେଇ ହତାସ୍ ହୁଅ ନାହିଁ, ଧୈର୍ଯ୍ଯର ସହିତ ପରିସ୍ଥିତିର ମୁକାବିଲା କରନ୍ତୁସବୁକିଛି ସମୟ ଠିକ୍ କରିଦେବ ।
➡️ମଣିଷର କଥା କହିବାର ଶୈଳୀ ତାର ସଂସ୍କାରକୁ ପ୍ରକାଶ କରିଥାଏ , ନହେଲେ ଚେହେରା ତ କେବଳ ଅଭିନୟ ହିଁ କରିଥାଏ ।
➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖନ୍ତୁ ଯେ କାର୍ଯ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ ରୋମାଞ୍ଚକର ହେବ ।
➡️ଅଳିଆ କେବଳ Dustbin ରେ ନ ଥାଏ, କିଛି ଲୋକଙ୍କ ମନରେ ବି ଥାଏ ।
– ଆଜିର ସନ୍ଥବାଣୀ-
?ଶାନ୍ତି ସମାନ କୌଣସି ତପସ୍ୟା ନାହିଁ, ସନ୍ତୋଷ ଠାରୁ ବଡ ସୁଖ ନାହିଁ, ତୃଷ୍ଣା ସମାନ ବଡ ରୋଗ ନାହିଁ , ଦୟା ସମାନ କୌଣସି ଧର୍ମ ନାହିଁ !
?ତୁମକୁ କେତେ ଲୋକ ଚିହ୍ନିଛନ୍ତି ଏହା ମହତ୍ତ୍ଵପୁର୍ଣ୍ଣ ନୁହେଁ। କାହିଁକି ଚିହ୍ନନ୍ତି ଏହା ବିଶେଷ ମହତ୍ତ୍ଵପୁର୍ଣ୍ଣ !
?ସନ୍ତାନ ମାତାଙ୍କ ପୁଣ୍ୟବଳରୁ ଶୀଳବାନ,ପିତାଙ୍କ ପୁଣ୍ୟବଳରୁ ବୁଦ୍ଧିମାନ, କୁଳର ପୁଣ୍ୟରୁ ଉଦାର ଓ ନିଜ ପୁଣ୍ଯବଳରୁ ଐଶ୍ବର୍ଯ୍ଯଶାଳୀ ହୁଏ।ଏଣୁ ସବୁବେଳେ ସତକର୍ମ କରଣୀୟ !
?ଯେତେବେଳେ ତୁମେ ହାଲିଆ ହୋଇଯାଉଛ ଟିକିଏ ବିଶ୍ରାମ ନେଇ ପୁଣି ଲକ୍ଷ ହାସିଲ କରିବାକୁ ଲାଗିପଡ; ହାର ମାନ ନାହିଁ। ହାରିଯିବା କାପୁରୁଷତା !
?ମନୁଷ୍ୟ କର୍ମାଚରଣ ନ କରି ନିଷ୍କର୍ମତା ବା ଯୋଗନିଷ୍ଠା ପାଇ ପାରେ ନାହିଁ କି କେବଳ କର୍ମ ତ୍ୟାଗ କରି ସିଦ୍ଧି ପାଇପାରେ ନାହିଁ !
?ଆମ ବୁଦ୍ଧି ଯେ ପର୍ଯ୍ୟନ୍ତ ମୋହ ରୂପକ ପଙ୍କକୁ ଅତିକ୍ରମ ନ କରିଛି ସେ ପର୍ଯ୍ୟନ୍ତ ବୈରାଗ୍ୟ ସ୍ବପ୍ନ ତୁଲ୍ୟ ଅଟେ !

?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?ଜୟ ଜଗନ୍ନାଥ?

Leave A Reply

Your email address will not be published.