ଆଜିର ଅନୁଚିନ୍ତା

ତାରିଖ - ୧୬:୦୬:୨୦୨୧ (ବୁଧବାର )

0 228

➡️ଆଘାତ କେବଳ କଷ୍ଟ ଦିଏ ନାହିଁ ଜଣକୁ ବି ବଦଳେଇ ଦିଏ,,,,,,।
➡️ଆନ୍ତରିକତାରେ ଟିକିଏ ପ୍ରଶଂସା ବାଣ୍ଟୁଥିବା ଓ ସ୍ୱଇଚ୍ଛାରେ ଟିକିଏ ଉତ୍ସାହ ଅପରକୁ ଦେଉଥିବା ବ୍ୟକ୍ତି ବାସ୍ତବରେ ବଡ଼ ବଦାନ୍ୟ,ଏସବୁ ଦେଇ ବି ସେ ଅହିଂସା ଓ ଉଦାରତାରେ କୁବେର ହୋଇଯାଏ ମାତ୍ର ହିଂସା ଓ ଇର୍ଷାରେ ଦରିଦ୍ର ଆଉ ଶ୍ରେଷ୍ଠ କୃପଣ ହୋଇଯାଏ।
➡️ ପୃଥିବୀ ପୃଷ୍ଠରେ ପ୍ରଥମ ଆଲୋକ ଯାହା ପାଇଁ ଆମେ ଦେଖୁଛୁ, ମନର ଆବେଗ ନ କହିବା ଆଗରୁ ମନ କଥା ଯିଏ ବୁଝିଥାଏ, ପାଦରେ କଣ୍ଟା ଫୁଟିଗଲେ ଯାହାର ଛାତିରୁ ରକ୍ତ ଝରିଯାଏ, ଯିଏ ସବୁ ଅଳି ଅର୍ଦ୍ଦଳିକୁ ସହିଯାଏ, ଯିଏ ସବୁ ଆଶା ଅଭିଳାଷକୁ ପୁରଣ କରେ ଭାଗବାନଙ୍କ ବିଚିତ୍ରଲୀଳା ତାଙ୍କୁ ପିତାମାତା ରୂପେ ଉପହାର ଦେଇଛନ୍ତି ।
➡️ମୂଲ୍ୟଟା ସମସ୍ତେ ବୁଝିପାରନ୍ତି କିନ୍ତୁ ହରେଇ ସାରିବା ପରେ ।
➡️Friendship ରେ କିଛି ରୁଲ ନାହିଁ ଆଉ ଏହାକୁ ଶିଖିବାରେ କୋଣସି
School ନଥାଏ …….
ଆଜିର ନୀତିବାଣୀ
?ଯାହା ‘ପ୍ରାପ୍ତ’ ହୋଇଛି ତାହା ‘ପର୍ଯ୍ୟାପ୍ତ’। ଏହି ଦୁଇଟି ଶବ୍ଦରେ ସୁଖ ହେଉଛି ଅତୁଳନୀୟ।
?ଯଦି କେହି ଖୁସି ପାଇଁ କାମ କରନ୍ତି, ତା’ହେଲେ ତାଙ୍କୁ ପ୍ରକୃତ ଖୁସି ମିଳି ନ ଥାଏ। କିନ୍ତୁ ସେହି ବ୍ୟକ୍ତି ଯଦି ଖୁସି ମନରେ କାମ କରିଥାନ୍ତି, ତେବେ ତାଙ୍କୁ ନିଶ୍ଚିତ ଭାବେ ଖୁସି ମିଳିଥାଏ।
?ଅଯଥା କାମରେ ସମୟ ନଷ୍ଟ ନ କରି ଯଦି ଏହାକୁ କିଛି ଅର୍ଥପୂର୍ଣ୍ଣ କାର୍ଯ୍ୟରେ ଲଗାଯାଏ, ତା’ହେଲେ ସମୟର ସଦୁପଯୋଗ ହୋଇ ଆତ୍ମତୃପ୍ତି ମିଳିଥାଏ।
?କୌଣସି ମହାନ୍‌ ବ୍ୟକ୍ତି ସୁଯୋଗର ଅଭାବ ବିଷୟରେ କେବେ ବି ଅଭିଯୋଗ କରନ୍ତି ନାହିଁ। ଯେ କୌଣସି ପରିସ୍ଥିତି ହୋଇ ଥାଉ ନା କାହିଁକି ତାହାକୁ କେମିତି ସଦୁପଯୋଗ କରିହେବ, ତାହା ତାଙ୍କୁ ଜଣାଥାଏ।
ଆଜିର ସାଧୁବାଣୀ
?ଦୁନିଆଁକୁ ଛାଡିଦେଲେ ପରମାତ୍ମା ମିଳନ୍ତି ନାହିଁ,ପରମାତ୍ମା ମିଳିଗଲେ ଦୁନିଆଁ ମନକୁ ମନ ଚାଲିଯାଇଥାଏ।(ଓଶୋ)
?କୃତ୍ରିମ ପ୍ରେମ ବହୁତ ଦିନ ତିଷ୍ଠି ପାରିବ ନାହିଁ,ସ୍ବାଭାବିକ ପ୍ରେମର ନକଲ କରାଯାଇ ପାରେନାହିଁ ।(ସ୍ବାମୀ ରାମତୀର୍ଥ)
?ଭଲ ବ୍ଯବହାର ସର୍ବଦା ସୁନ୍ଦରତାର ଅଭାବକୁ ପୁରା କରିଥାଏ, ମାତ୍ର ସୁନ୍ଦରତା ଭଲ ବ୍ଯବହାରକୁ ପୁରା କରିନଥାଏ।(ଏଡିସନ)
?ସଫଳତା ପାଇବାକୁ ହେଲେ କୌଣସି ଅନ୍ୟ ସାଧନ-ସାମଗ୍ରୀ ଅପେକ୍ଷା ତୁମର ଆତ୍ମବିଶ୍ବାସ ଅଧିକ ଉପଯୋଗୀ ହୋଇଥାଏ ।(ଆବ୍ରାହମ ଲିଙ୍କନ)
?ଯିଏ ନିଜର ଭୁଲ୍ ଜାଣିଗଲାପରେ ମଧ୍ୟ ଯଦି ନ ସୁଧୁରିଲା,ତେବେ ସେ ଆଉ ଏକ ଭୁଲ୍ କରିଥାଏ।(କନ୍ଫୁସିୟସ)
?ସ୍ପଷ୍ଟ କହୁଥିବା ବ୍ଯକ୍ତି କେବେ ବି ଛଳ କରିପାରି ନ ଥାଏ।(ଚାଣକ୍ୟ)
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?? ଜୟ ଜଗନ୍ନାଥ??

Leave A Reply

Your email address will not be published.