ବିହାର ଅସ୍ତବ୍ୟସ୍ତ

ସକାଳର ଖବର,୧୬-ଜୁନ-୨୦୨୧,ବୁଧବାର

0 294

➡️୧-ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।
➡️୨-ଅନଲକ୍‍ ପ୍ରକ୍ରିୟା ନେଇ ନିଆଯିବ ଖୁବଶୀଘ୍ର ନିଷ୍ପତି । ଏନେଇ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ।
➡️୩-ଆଜିଠାରୁ ପଞ୍ଜାବରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ । ସଂକ୍ରମଣ ହାର ୨%କୁ ଖସିବା ପରେ ପ୍ରସାସନର ନିଷ୍ପତ୍ତି ।
➡️୪-ମୌସୁମୀ ପ୍ରଥମ ବର୍ଷାରେ ବିହାର ଅସ୍ତବ୍ୟସ୍ତ, ବିଭିନ୍ନ ସ୍ଥାନରେ ବଜ୍ରପାତ, ୫ ମୃତ, ଆଲର୍ଟ ଜାରି ।
➡️୫-୭ଟି ଜିଲାର ୨୭ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ରେ କୃଷକଙ୍କ ଆୟବୃଦ୍ଧି, ୯୬୯ଟି କୃଷି ଓ ଅଣକୃଷିଭିତ୍ତିକ କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୫୦ ହଜାର ଜନଜାତି ପରିବାର ହେଲେ ଉପକୃତ
➡️୬-ନକଲି ଔଷଧ କାରବାର ମାମଲା : ସ୍ୱତନ୍ତ୍ର ଟିମ୍‍ ଗଠନ କଲା ଏସଟିଏଫ୍‍ । ଖୁବ୍‍ ଶୀଘ୍ର ତଦନ୍ତ ଆରମ୍ଭ ହେବ ବୋଲି ଡିଜିପିଙ୍କ ସୂଚନା ।
➡️୭-ରାୟଗଡ଼ା ରେଳ ଷ୍ଟେସନରେ ମାଲବୋଝେଇ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଲା,ନିଆଁକୁ ଆୟତ୍ତ କଲେ ଟ୍ରେନ୍ ଡ୍ରାଇଭର ଓ କର୍ମଚାରୀ ।
➡️୮-ଜୋରସୋରରେ ଆଗେଇ ଚାଲିଛି ରଥକାମ, ତିନିରଥର ଚାରିନାହାକା ଉଠାଇ ତୃତୀୟ ହରିବୋଲ ପକାଇଲେ ଭୋଇ ସେବକ ।
➡️୯-ଏଣିକି ସୁବିଧାରେ ଲୋକମାନେ ପାଇପାରିବେ ମେଡିସିନ । ଭାରତରେ ପ୍ରଥମଥର ପାଇଁଁ ଆରମ୍ଭ ହେବ ମେଡିକାଲ ଡ୍ରୋନ ଡେଲିଭରି । ଜୁନ ୧୮ ତାରିଖରେ ବେଙ୍ଗାଳୁରୁରେ ଏହି ସେବାର ଟ୍ରାଏଲ ଆରମ୍ଭ ହେବ ।
➡️୧୦-ଆନ୍ଧ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୧-୨୨ ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ବାଧ୍ୟତାମୂଳକ ହେବ ଇଂରାଜୀ ମାଧ୍ୟମ ।
➡️୧୧-ଜୁନ ୧୮ରୁ ପର୍ଯ୍ୟାୟକ୍ରମେ ଖୋଲିବ ଦିଲ୍ଲୀ AIIMSର ଓପିଡି । ମିଳିବ ବାହ୍ୟ ରୋଗୀଙ୍କ ନିମନ୍ତେ ସୁବିଧା ।
➡️୧୨-ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସାବାଳିକା ପତ୍ନୀଙ୍କ ସହ ରହିପାରିବେନି ନାବାଳକ ସ୍ୱାମୀ ।
➡️୧୩-ଆଜିଠାରୁ ଖୋଲିବ ଆଗ୍ରାର ପ୍ରସିଦ୍ଧ ତାଜମହଲ । ପ୍ରଶାସନର ଘୋଷଣାକୁ ଲୋକେ ସ୍ୱାଗତ କରିବା ସହ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ଲାଗି କରିଲେ ନିବେଦନ ।
➡️୧୪-ନୂଆ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ଏବଂ ଅନ୍ୟାନ୍ୟ ରାଜ୍ୟର ସାଂସଦମାନଙ୍କୁ ଭେଟିଲେ ଗୃହ ମନ୍ତ୍ରୀ ଅମିତ ଶାହା ।
➡️୧୫-ଚଳିତ ବର୍ଷ ହଜ୍‌ରେ ଯାଇ ପାରିବେ ନାହିଁ ଭାରତୀୟ, କରୋନା କାରଣରୁ ସମସ୍ତ ଆବେଦନ ହେଲା ବାତିଲ୍ ।
➡️୧୬-ଜୁନ ୧୮ ତାରିଖରେ ସଂସଦୀୟ ସମିତି ପାଖରେ ଉପସ୍ଥିତ ହେବେ ଟ୍ୱିଟର ଅଧିକାରୀ, ନୂଆ ଆଇଟି ନିୟମକୁ ନେଇ ହୋଇପାରେ ଚର୍ଚ୍ଚା ।
➡️୧୭-ଲାଦାଖରେ ସୈନ୍ୟ ନିୟୋଜିତ ସଂଖ୍ୟା ବଢାଇଲା ଭାରତୀୟ ସେନା ।
➡️୧୮-ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଟିମ୍ ଘୋଷଣା କଲା ବିସିସିଆଇ । ରନ୍ ମେସିନ ବିରାଟ କୋହଲି ଏହି ଟେଷ୍ଟ ଟିମ୍‌ର ଅଧିନାୟକ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ହେଲେ ଉପ ଅଧିନାୟକ ।
➡️୧୯-ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମର କୋଚ୍ ହେବେ ରାହୁଲ ଦ୍ରାଭିଡ ।
➡️୨୦-କୋପା ଅମେରିକା ଫୁଟ୍‌ବଲ ଆରମ୍ଭ, ବ୍ରାଜିଲ ଓ କଲମ୍ବିଆର ବିଜୟ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.