ଆଜିର ଅନୁଚିନ୍ତା

ତାରିଖ : ୩୧/୦୭/୨୦୨୧,ଶନିବାର

0 246

ଆଜିର ନୀତିବାଣୀ
➡️”ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା !
➡️”ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ
➡️”ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି ଭଲକୁ ଆପଣେଇବା ଆବଶ୍ୟକ !
➡️”ଏ ସଂସାର ଦୁଃଖର ଆକର । ପ୍ରତ୍ୟେକ ପ୍ରାଣୀର କିଛିନା କିଛି ଦୁଃଖ ଦୁଃଶ୍ଚିନ୍ତା ରହିଛି । କେହି ସଦାସୁଖୀ ନୁହେଁ !
➡️”ଏ ସଂସାରରେ ଏପରି କିଏ ଅଛି ଯିଏ ସର୍ବଗୁଣ ସମ୍ପନ୍ନ? ଯାହାର ଏତେ ଟିକେବି କ୍ଷୂଣ ନାହିଁ? ଏପରି କିଏ ଅଛି ଯାହାର କିଛିବି ଦୁଃଖ ନାହିଁ? ସର୍ବଦା କେହି ସୁଖୀ ହୋଇପାରେ ନାହିଁ । ଦିନରାତି, ସତ୍ୟ ମିଥ୍ୟା, ଅନ୍ଧାର ଆଲୁଅ ପରି ଦୁଃଖ ସୁଖ ଗତି କରିଚାଲିଛନ୍ତି । ସୁଖ ଦୁଃଖର ଏବଂ ଦୁଃଖ ସୁଖର ଆବାହକ !ଶୁଭ ସକାଳଜୟ ଶ୍ରୀକୃଷ୍ଣ
ଆଜିର ଅନୁଚିନ୍ତା
➡️”ସବୁବେଳେ ଦୁଇ ପ୍ରକାର ଲୋକଙ୍କ ଠାରୁ ଦୂରେଇ ରୁହ । Busy ଏବଂ Ego, Busy ଲୋକ ନିଜ ଇଚ୍ଛାରେ କଥା ହେବେ ଏବଂ Ego ଲୋକମାନେ ନିଜ ସ୍ୱାର୍ଥ ପାଇଁ କଥା ହେବେ !
➡️”ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ । ମନେ ରଖନ୍ତୁ ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲେ ବାକି ଚାରୋଟି ଆଙ୍ଗୁଳି ନିଜ ଆଡକୁ ରହେ !
➡️”ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ , ବଞ୍ଚି ରହେ ବ୍ୟବହାରରୁ , ଅନୁଭବ ହୁଏ ଯନ୍ତ୍ରଣାରୁ .. ଅନୁଭୂତି ରହେ ହୃଦୟରେ , ଫିକା ପଡିଯାଏ ଅବହେଳାରୁ ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ !!”
➡️”ଶ୍ରଦ୍ଧାରୁ ଜ୍ଞାନ ଆଉ ନମୁତାରୁ ମାନ ନିଜ ଯୋଗ୍ୟତାରୁ ମିଳେ ସ୍ଥାନ । ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ !
➡️”ଆଜିକାଲିର ଦୁନିଆରେ ଯେତେ ଭଲ ହୋଇ ରହିବାକୁ ଚେଷ୍ଟା କରିବ । ଲୋକେ କିଛି ନା କିଛି ଭୁଲ୍ କାଢ଼ି ତୁମକୁ ଦୋଷୀ କରିଦେବେ !
➡️”ଜୀବରେ ଗୋଟିଏ ନିୟମ ମନେ ରଖ ସିଧା କୁହ , ସତ୍ୟ କୁହ ଓ ମୁହଁରେ କୁହ , ଯିଏ ନିଜର ଅଟନ୍ତି ସେମାନେ ବୁଝିଯିବେ ଓ ଯିଏ କେବଳ ନାମକୁ ଥାନ୍ତି , ସେମାନେ ଦୁରେଇ ଯିବେ !
🙏ଓଁ ଶନିଶ୍ଚରାୟ ନମଃ🙏. ଶୁଭ ସକାଳ, ଆଜି ଶନିବାର ପ୍ରଭୁ ଶନି ଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଶନିଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା🙏

Leave A Reply

Your email address will not be published.