ଆଜିର ଅନୁଚିନ୍ତା

ତାରିଖ : ୧୭/୦୮/୨୦୨୧,ମଙ୍ଗଳବାର

0 838

➡️”ଯେତେବେଳେ ସମ୍ପର୍କରେ ଭୁଲ ବୁଝାମଣା ହୁଏ, ସେତେବେଳେ ପ୍ରକୃତ ପ୍ରେମ ମଧ୍ୟ ମିଥ୍ୟା ମନେହୁଏ !!
➡️”ସେହି ବ୍ୟକ୍ତି ତାଙ୍କ ଜୀବନରେ ସଫଳ ହୋଇଥାଏ,ଯିଏ ଭଙ୍ଗାକୁ ଗଢ଼ି ପାରି ଥାଏ ଏବଂ କ୍ରୋଧୀକୁ ବୁଝେଇବା ଜାଣିଥାଏ !!
➡️”ଖୁସି ସନ୍ତୁଷ୍ଟି ଆଣିଥାଏ ଏବଂ ସନ୍ତୁଷ୍ଟି ଖୁସି ଆଣିଥାଏ, କିନ୍ତୁ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ବହୁତ ବଡ | ଖୁସି ଅଳ୍ପ ସମୟ ପାଇଁ ସନ୍ତୁଷ୍ଟି ପ୍ରଦାନ କରେ, ଏବଂ ସନ୍ତୁଷ୍ଟି ସବୁଦିନ ପାଇଁ ଖୁସି ଆଣିଥାଏ !!
➡️”ଆମର ଶବ୍ଦଗୁଡ଼ିକ ଜୀବନକୁ ଅର୍ଥ ଦେଇଥାଏ, ଏବଂ ଶବ୍ଦଗୁଡ଼ିକ ଜୀବନକୁ ଅନର୍ଥ ମଧ୍ୟ ଦେଇଥାଏ !!
➡️”ଆଜି ମଣିଷ ଏକ ଆଶା ଦ୍ୱାରା ବନ୍ଧା ଏକ ଜିଦ ଖୋର ପକ୍ଷୀ, ଯିଏ ଆଶା ସହିତ ଆଘାତପ୍ରାପ୍ତ ହୋଇଥାଏ ଏବଂ ଆଶା ଉପରେ ଜୀବନ୍ତ ମଧ୍ୟ ରହିଥାଏ !!
➡️”ବନ୍ଧୁଗଣ, Life ରେ କୌଣସି ଜିନିଷକୁ ଅପେକ୍ଷା କରନ୍ତୁ ନାହିଁ କାରଣ Life ଆପଣ ଭାବୁଥିବା ଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି !!
ଆଜିର ନୀତିବାଣୀ
➡️”ଘରର ପୂର୍ବ-ଦକ୍ଷିଣ କୋଣଟିକୁ ଅଗ୍ନି କୋଣ କୁହାଯାଏ। ରୋଷେଇ କଲେ ଭଲ ହୁଏ। ଘରର ପୂର୍ବ-ଉତ୍ତର କୋଣକୁ ଇଷାନ୍ନ କୋଣ କୁହାଯାଏ। ସବୁବେଳ ସେଠି ଭାତ ହାଣ୍ଡି ରଖିବା ଆବଶ୍ୟକ !!
➡️”ଘରେ ଅସୁଭାଫଳ ଘଟୁଥିଲେ ବୁଧବାର ଦିନ ଗଣେଶ ଙ୍କୁ ଦୁବ ଚଢାନ୍ତୁ ଓ ମୁଗରେ ତିଆରି ଲଡୁ ଅର୍ପଣ କରନ୍ତୁ ଏବଂ ଗାଈ କୁ ଦୁବ ଖାଇବାକୁ ଦିଅନ୍ତୁ !!
➡️”ନଇଁଯିବା ନମ୍ରତାର ପରିଚୟ ହୋଇଥାଏ।କିନ୍ତୁ ଭୁଲ ନଥାଇ ଅନବଶ୍ୟକେ ବାରମ୍ବାର ନାଇଁବାରେ ନିଜ ଆତ୍ମ ସମ୍ମାନର ହାନି ହୋଇଥାଏ !!
➡️”ସାଧୁ ଅନ୍ୟଙ୍କୁ ଦୁଃଖରୁ ରକ୍ଷା କରିବାକୁ ଯାଇ କଷ୍ଟ ସହିଥାଏ ମାତ୍ର ଦୁଷ୍ଟଲୋକ ଅନ୍ୟକୁ ଦୁଃଖ ଦେଇ ସୁଖପାଏ !!
➡️”ଭୂଲ ରେ ବି ନିଜ ହୃଦୟର କଥା ଅନ୍ୟ କାହାକୁ କହିବ ନାହିଁ…କାହିଁକି ନା ଏଠି କାଗଜ ବି କିଛି ସମୟ ମଧ୍ୟରେ ଖବର କାଗଜ ହୋଇ ଯାଏ !!
🙏ଓଁ ନମଃ ଶିବାୟ🙏 ଶୁଭ ସକାଳ ଆଜି ମଙ୍ଗଳବାର ସିଂହ ସଂକ୍ରାନ୍ତି ,ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

Leave A Reply

Your email address will not be published.