ଆଜିର ଅନୁଚିନ୍ତା

 ତାରିଖ : ୨୦.୦୯.୨୦୨୧,ସୋମବାର

0 284

➡️”ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ , ଧୌର୍ଯ୍ୟ ଧରି ରୁହ ଆଉ ନିଜର ଭାବନାକୁ ବଦଳେଇ ଦିଅ ସମାଧାନର ବାଟ ଆପେ ଆପେ ମିଳିଯିବ !!
➡️”ଚା ପାତ୍ରରେ ଭିଜା ବିସ୍କୁଟ ବି ବହୁତ ବଡ଼ ଶିକ୍ଷା ଦିଏ , କାହା ସହ ଏମିତି ବୁଡିଯାଅନ୍ତୁ ନାହିଁ , ଯେ ପରିଶେଷରେ ନିଜକୁ ବିସ୍କୁଟ ଭଳି ଭାଙ୍ଗିଯିବାକୁ ପଡ଼ିବ !!
➡️”ବେଳେ ବେଳେ ଏମିତି ଲାଗେ ଯେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !!
➡️”ଆପଣ ଜାଣିଛନ୍ତି କି ଆତ୍ମବିଶ୍ବାସ ଆଉ ପ୍ରାର୍ଥନା କେବେବି ଆଖିକୁ ଦେଖା ଯାଏନାହିଁ , କିନ୍ତୁ ଏମାନେ ଅସମ୍ଭବ କୁ ସମ୍ଭବ କରିଦିଅନ୍ତି !!
➡️” ସମୟ ” ର ହାତ ନଥାଏ କିନ୍ତୁ ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ ସାରା ଜୀବନ ମନେ ରହେ !!
ଆଜିର ସୁବିଚାର
➡️”ଯଦି ଜୀବନରେ କେବେ ଟଙ୍କା ଆଉ ସମ୍ପର୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡେ .. ତା ହେଲେ କେବଳ ସମ୍ପର୍କକୁ ବାଛ କାହିଁକିନା .. ଟଙ୍କା ତ ଆସିଥାଏ ଆଉ ଯାଇଥାଏ ହେଲେ ସମ୍ପର୍କ ଥରେ ଚାଲିଗଲେ ଆଉ ଫେରି ନଥାଏ !!
➡️”ଲୋକମାନେ ତୁମର ଭୁଲ୍ କୁ ସବୁବେଳେ ମନେ ରଖନ୍ତି । କିନ୍ତୁ , ତୁମେ ସେମାନଙ୍କ ପାଇଁ କରିଥିବା ଭଲ କାମ କେବେ ମନେ ରଖନ୍ତି ନାହିଁ।ଓଲଟା ବିରୋଧରେ ପଛରେ ଗପିବେ ଚିନ୍ତା କରନା ଉପରବାଲା ତୁମ ସହିତ ସର୍ବଦା , ସତ୍ୟ ସହିତ ନିଶ୍ଚୟ !!
➡️”ଅତୀତକୁ ଭାବି କେବେ ଦୁଃଖ କର ନାହିଁ ! ବର୍ତ୍ତମାନ କୁ ଦେଖୁ କେବେ ଗର୍ବ କର ନାହିଁ ! ଭବିଷ୍ୟତ କୁ ଭାବି କେବେ ଚିନ୍ତା କର ନାହିଁ ! କାରଣ ସବୁ ସେହି ଭଗବାନଙ୍କ ଲୀଳା ଆମେ ସବୁ ନିମିତ ପାତ୍ର !!
➡️”କର୍ମ ଛୋଟ ହେଉକି ବଡ । ଯେଉଁ କର୍ମ ରେ ନିଜ ପେଟ ପୋଷୁଛ , ତାକୁ କେବେ ନିନ୍ଦିବ ନାହିଁ । ସମୟ ଆଜି ଖରାପ ଅଛି , କାଲି ବଦଳି ଯାଇଥିବ !!
➡️”ମିଠା କହୁଥିବା ଲୋକଟି କେବେବି ସତ ହୋଇ ନପାରେ , କିନ୍ତୁ କଠୋର କହୁଥିବା ଲୋକଟି ନିଶ୍ଚୟ ସତ ହୋଇଥାଏ , କାରଣ କଲରା ପାଟି ପାଇଁ ପିତା ହୋଇପାରେ କିନ୍ତୁ ଶରୀର ପାଇଁ ବେଶ୍ ଉପକାରୀ !!
➡️”କୁକୁର ମାଡ ଖାଇ ବି ବିଶ୍ବାସୀ ହୋଇ ରହେ ଆଉ ମଣିଷ ଭଲପାଇବା ପରେ ବି ବିଶ୍ବାସଘାତକତା କରେ !!
ଆଜିର ନୀତିବାଣୀ
➡️”ସୁନାକୁ ପ୍ଲାଷ୍ଟିକ୍ ଡ଼ବାରେ ରଖନ୍ତୁ ନାହିଁ ।ବୁଡିଯାଉଥିବା ଡ଼ଙ୍ଗା କିମ୍ବା ମହାଭାରତ ଯୁଦ୍ଧର ଫଟୋ ଘରେ ଟାଙ୍ଗନ୍ତୁ ନାହିଁ !!
➡️”ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ,ଯିଏ ଅପମାନ ହେଲାପରେ ବି ରାଗେନାହିଁ,ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ,ବାସ୍ତବରେ ସେ ହିଁ ମହାନ ହୋଇଥାଏ !!
➡️”ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ ଗତିବିଧିକୁ ଠିକ ଭାବେ ଠଉରାଇ ପାରିଥାଏ। ଅବଶ୍ୟ ଅନେକ ସମୟରେ କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି !!
➡️”ଶୋଇବା ଘରେ ଟିଭି ଥିଲେ ତାହା ଯେପରି ବିଛଣା ଆଡକୁ ମୁହଁ କରି ନରୁହେ – ତଥାପି ଯଦି ଅଛି ତେବେ ନଚାଲୁଥିବା ସମୟରେ ଘୋଡ଼ାଇ ରଖନ୍ତୁ !!
➡️”ଯେଉଁଠି ଲାଗିବ, ତୁମ ପାଇଁ ଅନ୍ୟ ମାନଙ୍କୁ କଷ୍ଟ ହେଉଛି ସେଠାରୁ ହଟିଯିବା ହିଁ ବହୁତ ଭଲ ହୋଇଥାଏ !!
🙏ଓଁ ନମଃ ଶିବାୟ🙏ଶୁଭ ସକାଳ,ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ !! ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.

Leave A Reply

Your email address will not be published.