ଆଜିର ଅନୁଚିନ୍ତା

ତାରିଖ - ୨୧:୦୯:୨୦୨୧ (ମଙ୍ଗଳବାର)

0 288

🦋ସମ୍ପର୍କର ଡୋର ଆମ ହାତରେ ଥାଏ ଧରି ରଖିଲେ କାଳ କାଳ ବିତିଯାଏ ଆଉ ଛାଡିଦେଲେ……ମୁହୂର୍ତ୍ତକେ ମଧ୍ୟ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଏ ।
🦋ଗୋଟିଏ ଭୋକିଲା ପେଟ କହିପାରେ ମୁଠାଏ ଭାତର ମୂଲ୍ୟ କେତେ… ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ . ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ…?
🦋ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ,କିଏ ଜାଣେ ଏହି ସମସ୍ୟାରେ ଆପଣଙ୍କର ଏକ ବଡ ଆରମ୍ଭ ଲୁଚି ରହିଛି, ଯଦି କଷ୍ଟ ବଡ଼ ତେବେ ସଫଳତା ମଧ୍ୟ ବଡ ହେବ ।
🦋ଗୋଟିଏ ହାତ ଉଠେଇ ଭଗବାନ କିମ୍ବା ମଣିଷ କାହାରିକୁ ନମସ୍କାର କରିବା ଉଚିତ୍ ନୁହେଁ ।ହାତ ଯୋଡି ନମସ୍କାର କରନ୍ତୁ କିମ୍ବା ଯଦି ହ୍ଯାଣ୍ଡଲ୍ ଧରିଛନ୍ତି ତେବେ ମୁଣ୍ଡକୁ ତଳକୁ କରିଦିଅନ୍ତୁ । ସେତିକି ହିଁ ଯଥେଷ୍ଟ ।
🦋Respect ଦେଲେ Respect ମିଳିବ ଆଉ ଯଦି Attitude ଦେଖେଇବେ ତ ତାହାଲେ,Block List ରେ ପଡିବେ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!

ଆଜିର ନୀତିବାଣୀ
➡️”ଗର୍ବ କେଉଁ କଥାରେ କରୁଛ ବନ୍ଧୁ…ଆଜି ମାଟି ଉପରେ ଅଛ କାଲି ମାଟି ତଳେ ଥିବ !!
➡️”ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ, ତା ଠାରେ ପରମାତ୍ମା ବାସ କରିଥାନ୍ତି। ଆଉ ଯେଉଁ ମଣିଷ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାନ୍ତି !!
➡️”ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇ ନଥାଏ ସେଠାକୁ ଯିବା ଛାଡି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉବା କାହା ହୃଦୟ !!
➡️”ମାତ୍ର ୫ ସେକେଣ୍ଡ ହସରେ ଏକ ସୁନ୍ଦର ଫଟୋଟିଏ ଉଠାଯାଇ ପାରୁଛି, ତେବେ ପ୍ରତି ମୁହୂର୍ତ୍ତର ହସ ହସ ମୁଁହରେ ଜୀବନର ଚିତ୍ରପଟ କେତେ ସୁନ୍ଦର ହୋଇପାରନ୍ତା !
➡️”ଘରରେ ଯଦି ପଇସା ଅଯଥାରେ ଖର୍ଚ ହୋଇ ଥାଏ- ତେବେ ଏକ ତମ୍ବା ପଇସା ଆଉ ଏକ ହଳଦିଆ କୌଡୀକୁ ଏକ ନାଲି କପଡା ରେ ବାନ୍ଧି- ଠାକୁରଙ୍କ ପାଖରେ ରଖନ୍ତୁ !!
ଆଜିର ଅନୁଚିନ୍ତା
➡️”ସ୍ୱପ୍ନ ଦେଖିବା ସହଜ,ସ୍ଵପ୍ନକୁ ପୁରଣ କରିବା କଠିନ , ଆଉ ବିନା ସ୍ବପ୍ନରେ ବଞ୍ଚିବା ବି ମୂଲ୍ୟହୀନ !!
➡️”ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳାଇବାକୁ , ହେଲେ କାହାକୁ ଆଉଥରେ ଜୀବନ ମିଳେନାହିଁ ସମୟ ବଦଳେଇବାକୁ , ତେଣୁ ଯାହା ବି କରିବାର ଅଛି ଏହି ସ୍ବଳ୍ପ ସମୟ ଭିତରେ କରନ୍ତୁ !!
➡️”ଜୀବନରେ ନେଉଥିବା ସମସ୍କ ନିଷ୍ପତ୍ତି ଆମ ନିଜସ୍ୱ ହୋଇଥାଇପାରେ କିନ୍ତୁ କିଛି ନିଷ୍ପତ୍ତି ସମୟ ବି ନେଇଥାଏ , ଆଉ ସମୟ ନେଇଥିବା ନିଷ୍ପତ୍ତି ଜୀବନର ମୋଡ଼କୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥାଏ !!
➡️”ବୟସ ବଢିବା ସହ ଆମ ହାତରୁ ପେନସିଲ୍ ଛଡେଇ ନେଇ ପେନ୍ ଧରେଇ ଦିଅନ୍ତି , କାରଣ ଏହା ବୁଝେଇ ଦେବାକୁ ଯେ ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ !!
➡️”ଏହାର କୌଣସି ମୂଲ୍ୟ ନାହିଁ ଯେ ତୁମେ କେତେ ଧୀର ଗତିରେ କାମ କରୁଛି , ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହିଁ ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ ରହିଛି !!
ଆଜିର ସୁବିଚାର
➡️”ବଞ୍ଚିବା ପାଇଁ କୌଣସି Perfect ମଣିଷ ଦରକାର ନାହିଁ , ବରଂ ଏହି ପରି ଏକ ମଣିଷ ଦରକାର ଯିଏ Respect ଆଉ Care କରୁଥିବ ସେ ହିଁ ତୁମପାଇଁ Perfect ହେବ !!
➡️”ଜୀବନକୁ ସବୁବେଳେ ହସି ଖେଳି ବିତାଅ କାହିଁକିନା ତୁମେ ବି ଜାଣିନ ଏ ଜୀବନ ଆଉ କେତେ ବାକି ଅଛି !!
➡️”ଯେଉଁ ଭୁଲ୍ ସେ ନିଜେ କରିବ ସେଇଟା ତାକୁ ଠିକ୍ ଲାଗିବ କିନ୍ତୁ ସେଇ ଭୁଲ୍ ଅନ୍ୟ କେହି କରିଲେ ସେଇଟା ତା ନିଜର ଭୁଲ୍ ହେଇଯାଏ !!”
➡️”ଯିଏ ତୁମକୁ ବିଶ୍ଵାସ କରୁଛି ସେ କେବେ ତୁମଠୁ ପ୍ରମାଣ ଖୋଜିବନି ଆଉ ଯିଏ ତୁମକୁ ଅବିଶ୍ଵାସ କରୁଛି ତାକୁ ହଜାରେ ପ୍ରମାଣ ଦେଲେ ବି ତାକୁ କିଛି ଫରକ ପଡ଼ିବନି !!
➡️”କିଛି ଖୁସି ଜୀବନରେ ସବୁଦିନ ପାଇଁ ନୁହେଁ ବାସ୍ ଅଳ୍ପ ଦିନ ପାଇଁ ଆସି ଥାଏ ଆଉ ବାକି ଜୀବନକୁ ବର୍ବାଦ କରିଚାଲି ଯାଏ କାହିଁକି ଏଠି ଯୋଉ ମାନେ କୁହନ୍ତି ତୋ ଆଖିରେ ଲୁହ ଦେଖି ପାରିବିନି କିନ୍ତୁ ସେଇମାନେ ହିଁ ଲୁହ ଦେଇଥାନ୍ତି !!

🙏ଜୟ ଶ୍ରୀ ରାମ🙏 ଆଜି ମଙ୍ଗଳବାର ଅପରପକ୍ଷ ଆରମ୍ଭ ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ!! ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!

Leave A Reply

Your email address will not be published.