ଆଜିର ଅନୁଚିନ୍ତା

ତାରିଖ - ୨୪:୦୯:୨୦୨୧ (ଶୁକ୍ରବାର)

0 318

🦋ଅହଙ୍କାର ଏକ ଏଭଳି ବିଧ୍ୱଂସୀ ଶବ୍ଦ ଯାହାକି ଦୁନିଆଁ/ସଂସାର/ଜଗତର ସମ୍ପର୍କ ପରି ମହାନତାକୁ ଅନାୟାସରେ ଧ୍ୱଂସ କରି ନଷ୍ଟ ଭ୍ରଷ୍ଟ କରିଦିଏ ।
🦋ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପ୍ରତିଭା ଥାଏ, କିନ୍ତୁ ସେମାନେ ଅନ୍ୟମାନଙ୍କ ପରି ହେବାକୁ ଯାଇ ପ୍ରାୟତଃ ଏହାକୁ ନଷ୍ଟ କରନ୍ତି ।
🦋ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ କାହାରିକୁ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ?
🦋ଗରିବ ହେବା କୌଣସି ପାପ ନୁହେଁ ଧନୀ ହେବା କୌଣସି ଅର୍ଶିଵାଦ ନୁହେଁ ,ଯଦି ତୁମେ ଯେଉଁ ପରିସ୍ଥିତିରେ ଅଛ,ସେହି ପରିସ୍ଥିତିରେ ଅଛ ସେହିପରିସ୍ଥିତିରେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ଖୁସି କରିପାରୁଛ ତାହାହେଲେ ବୁଝିଯାଅ ଯେ ତୁମେ ମଣିଷ ଜନ୍ମର ସର୍ଥକତା ପ୍ରତିପାଦନ କରିଛ l
🦋କାହା କାହା ମୁହଁରୁ Sorry ଶବ୍ଦଟା ବଡ ନାଟକୀୟ ମନେ ହୁଏ, କାରଣ ସେମାନେ Sorry କହିବା ପରେ ବି ସେହି ଭୁଲ ବାରମ୍ବାର କରନ୍ତି ।
🙏ଓଁ ମା ସନ୍ତୋଷୀ ନମଃ🙏ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ। ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.