-ଆଜିର ନୀତିବାଣୀ-
➡️”ହଠାତ ରାଗିଯାଇ କିଛି କରିବା ପୂର୍ବରୁ ଅନ୍ତତଃ ଥରେ ଭାବନ୍ତୁ, କାରଣ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନିଏ !!
➡️”ଜୀବନରେ ଶାନ୍ତିରେ ରହିବା ପାଇଁ ଦୁଇଟି ମାର୍ଗ କ୍ଷମା କରିଦିଅ ତାଙ୍କୁ ଯାହାକୁ ତୁମେ ଭୁଲିପାରିବ ନାହିଁ ଭୁଲିଯାଅ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରିପାରିବ ନାହି !!
➡️”ଯିଏ ରାଗରେ ଭୁଲ୍ କରନ୍ତି ସିଏ ବଦଳି ଯାଆନ୍ତି ହେଲେ ଯିଏ ଆତ୍ମଗର୍ବରେ ଭୁଲ୍ କରନ୍ତି ସିଏ କେବେ ବଦଳନ୍ତି ନାହିଁ !!
➡️”ଦୁଇଟି ଜିନିଷ ଯାହା ଜଣେ ବ୍ୟକ୍ତି ଅନ୍ୟ ପୁରୁଷ ବିଷୟରେ କେବେବି ଭୁଲି ପାରିବ ନାହିଁ, ଗୋଟିଏ – ହାତରେ କରିଥିବା ସାହାଯ୍ୟ | ଦୁଇଟି – ଶବ୍ଦ ସହିତ ମନରେ କରିଥିବା ଆଘାତ !!
➡️”ପ୍ରଥମେ ନିଜକୁ ସଂସ୍କାର କର, ତା’ପରେ ସମାଜକୁ ସଂସ୍କାର କର !!
➡️”କେବଳ ନିଜର ଚିନ୍ତାଧାରା ଦ୍ୱାରା ହିଁ ମନୁଷ୍ୟ ପ୍ରକୃତ ସୁଖ ପାଇଥାଏ !!
-ଆଜିର ଅନୁଚିନ୍ତା-
➡️” ଜୀବନ ” ଏକ ଲମ୍ବା ଯାତ୍ରା ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ , ଆଉ ହସିହସି ଚାଲିଲେ କେତେବେଳେ ରାସ୍ତା ସରିଯିବ ଜଣା ପଡିବ ନାହିଁ !!
➡️”ଜୀବନରେ ଯଦି କେବେ କାହା ପାଇଁ ନଇଁବାକୁ ପଡେ ତାହେଲେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ , କାହିଁକିନା ରାତ୍ରୀର ଜହ୍ନ ପାଇଁ ଦୂର ଆକାଶର ସୂର୍ଯ୍ୟକୁ ବି ସନ୍ଧ୍ୟାରେ ଅସ୍ତ ହେବାକୁ ପଡ଼ିଥାଏ !!
➡️”ଜୀବନରେ କୁହୁଡି ଦେଖି କେବେ ଭୟ କରନ୍ତୁନାହିଁ , କାରଣ କୁହୁଡି ଭିତରେ କିଛି ଦେଖାଯାଏ ନାହିଁ ସତ କିନ୍ତୁ ଯେତେ ଆଗକୁ ଯାଉଥିବେ ରାସ୍ତା ସେତେ ଆଗକୁ ଦେଖା ଯାଉଥିବ !!
➡️”ଜୀବନ ଯୁଦ୍ଧରେ ସବୁ ଲଢେଇ ଏକା ହିଁ ଲଢିବାକୁ ହେବ , କାହିଁକିନା ଅନ୍ୟ ମାନେ କେବଳ ସାନ୍ତ୍ବନା ଦେବେ କିନ୍ତୁ ପାଖରେ କେହି ଛିଡା ହେବେ ନାହିଁ !!
➡️”ମନେରଖନ୍ତୁ ନଇଁବାର ଅର୍ଥ ଏହା କଦାପି ନୁହେଁ ଆପଣ ନିଜର ସମ୍ମାନ ହରାଇଦେଲେ , ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବା ପାଇଁ ବି ନଇଁବାକୁ ପଡିଥାଏ !!
-ଆଜିର ସୁବିଚାର-
➡️”କେବଳ ” ଭଲପାଉଛି ” କହିଲେ ଭଲ ପାଇବା ହୁଏନି ଜୀବନସାରା ସୁଖ , ଦୁଃଖ , ହସ ଲୁହ ଭାରକରି ନେବା ହେଉଛି ” ପ୍ରକୃତ ” ଭଲପାଇବା !!
➡️”ଜୀବନରେ ବିତିଯାଇଥିବା ପ୍ରତ୍ୟେକ ଦିନ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ । କାରଣ ବିତିଯାଇଥିବା ଭଲ ଦିନ ଆମକୁ ଖୁସି ଦେଇଛି ଓ ଯେଉଁ ଦିନ ଗୁଡ଼ିକ ଖରାପ ଥିଲା ସେ ଗୁଡିକ ଆମକୁ ଶିକ୍ଷା ଦେଇଛି !!
➡️”ରାଗିବା ବଦଳରେ କାନ୍ଦି ଦେବା ଭଲ କାହିଁକି ନା ରାଗ ଅନ୍ୟକୁ କଷ୍ଟ ଦେଇ ଥାଏ , ଆଉ ଲୁହ ହୃଦୟ କୁ ସ୍ୱଚ୍ଛ କରି ଦେଇ ଥାଏ !!
➡️”ବାରମ୍ବାର କ୍ଷମା କରିଦେବା ସହଜ ହୋଇଥାଏ କିନ୍ତୁ ବାରମ୍ବାର ବିଶ୍ବାସ ସହଜ ହୋଇନଥାଏ !!
➡️”ସବୁବେଳେ ଭରଷା ଗୋଟିଏ ମଣିଷ ଭାଙ୍ଗିଥାଏ ଆଉ ବିଶ୍ବାସ ସମସ୍ତଙ୍କ ଉପରୁ ଉଠିଯାଏ !!
🙏 ଜୟ ଶ୍ରୀ ରାମ🙏ଶୁଭ ସକାଳ,ଆଜି ମଙ୍ଗଳବାର,ମାମାଙ୍ଗଳା,ପ୍ରଭୁ ହନୁମାନଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏.ମାମାଙ୍ଗଳା ଓ ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏.
