ଆଜିର ଅନୁଚିନ୍ତା

ତାରିଖ - ୦୩:୧୦:୨୦୨୧ (ରବିବାର)

0 215

ଆଜିର ନୀତିବାଣୀ
➡️”ହଜାର ଯୁଦ୍ଧ ଜିତିବା ଅପେକ୍ଷା ନିଜ ମନକୁ ଜିତନ୍ତୁ !!
➡️”କ୍ରୋଧିତ ହେବା ବିଷ ପିଇବା ପରି | ଏହା କେବଳ ଆମକୁ ନୁହେଁ, ଆମ ସାମ୍ନାରେ ଥିବା ଲୋକଙ୍କୁ ମଧ୍ୟ ବଳି ଦେଇଥାଏ !!
➡️”ସମୟ ନଷ୍ଟ କରିବା ହେଉଛି ନିଜକୁ ଶୋଷଣ କରିବା !!
➡️”ପ୍ରତ୍ୟେକ ମଣିଷ ଖାଲି ହାତରେ ପୃଥିବୀକୁ ଆସନ୍ତି | ସେ ପୃଥିବୀରୁ ଖାଲି ହାତରେ ଫେରନ୍ତି !!
➡️”ରାଗୁ ଥିବା ମଣିଷ ରାଗ ସମୟରେ ତ ବହୁତ କିଛି କହିଦିଏ କିନ୍ତୁ ରାଗ ଶାନ୍ତ ହେଲେ ସେ ହିଁ ସବୁଠାରୁ ଅଧିକ କଷ୍ଟ ପାଏ !!
ଆଜିର ଅନୁଚିନ୍ତା
🦋ବଞ୍ଚିବାର ଇଛା ଅଛି ତ ସେଇ ଦୀପ ଠାରୁ ଶିଖ,ଯିଏ ରାଜ ମହଲରେ ଯେତିକି ଆଲୁଅ ଦିଏ,ସେତିକି ଆଲୁଅ ଗରିବ ଘରେ ବି ଦିଏ ।
🦋ବନ୍ଧୁତା କରିବା ପାଇଁ କୌଣସି ଯୋଗ୍ୟ ବ୍ୟକ୍ତି ନ ପାଇଲେ ” ଏକା ରହିଯାଅନ୍ତୁ” ପରନ୍ତୁ ” କୌଣସି ଅଯୋଗ୍ୟ ସହିତ କେବେ ବନ୍ଧୁତା କରନ୍ତୁ ନାହିଁ ।
🦋ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ପାଇଁ ?
🦋ଯେଉଁ ଲୋକଟି ସମସ୍ତଙ୍କୁ ଭଲରେ ରହିବାକୁ ଉପଦେଶ ଦିଏ ସେହି ଲୋକଟି ବେଳେ ବେଳେ ନିଜକୁ ଭଲରେ ରଖିବାକୁ ବାଟ ଖୋଜି ପାଏନା ।
🦋ଜୀବନରେ ଜଗିରଖି Batting କରିବାକୁ ହୁଏ, ନହେଲେ ନିଜର ପ୍ରିୟ ପାଖ ଲୋକଟି ହିଁ ସବୁବେଳେ Stumping କରେ ।
➡️ଖରାପ ସମୟ କେବଳ ଦୁଃଖ ଦେବାକୁ ନୁହେଁ ବରଂ ସମ୍ପର୍କ ଚିହ୍ନାଇ ଦେବାକୁ ଆସିଥାଏ , ଆଉ ସେହି ଖରାପ ସମୟ ହିଁ ଜଣାଇ ଦେଇଥାଏ ଯେ ଏହି ସ୍ବାର୍ଥପର ଦୁନିଆରେ କିଏ ନିଜର ଆଉ କିଏ ….. !!
➡️”ମନେରଖନ୍ତୁ ଇତିହାସ ରୁ ଶିଖିବା , ଆଉ ଭବିଷ୍ୟତକୁ ସଜାଡ଼ିବାକୁ ହେଲେ ବର୍ତ୍ତମାନ ସଠିକ ଏବଂ ସର୍ବୋତ୍ତମ ରାସ୍ତାରେ ଚାଲିବାକୁ ହେବ !!
➡️”କାହାର ପ୍ରଶଂସା କର ବା ନକର କିନ୍ତୁ କାହାର ଅପମାନ କରିବା ଆଗରୁ ହଜାରେ ଥର ଭାବିକି କର , କାହିଁକିନା ଅପମାନ ଏପରି ଏକ ଋଣ ଯାହା ସମୟ ଆସିଲେ ସୁଧମୂଳ ସହିତ ମିଳିଥାଏ !!
➡️”ଜୀବନରେ ଗୋଟିଏ ନିୟମ ରଖ – ସିଧା କଥା କୁହ , ସତ୍ୟ କୁହ , ମୁହଁ ଉପରେ କୁହ ଯିଏ ନିଜର ହୋଇଥିବ ସେ ଭଲସେ ବୁଝିଯିବ ଆଉ ଯିଏ ନାମକୁ ମାତ୍ର ଥିବ ସେ ଦୁରେଇ ଯିବେ !!
➡️”ଗୋଟିଏ ମୁହୁର୍ତ୍ତ ପୁରା ଦିନକୁ ବଦଳେଇ ଦେଇଥାଏ , ଗୋଟିଏ ଦିନ ପୁରା ଜୀବନକୁ ବଦଳେଇ ଦେଇଥାଏ , ଆଉ ଏହା ବି ସତ ଯେ ଗୋଟିଏ ଜୀବନ ପୁରା ବିଶ୍ବକୁ ବଦଳେଇ ଦେଇଥାଏ !!
ଆଜିର ସୁବିଚାର
➡️”କିଛି ସ୍ବପ୍ନ ଯାହା କେବେବି ସତ ହୁଏନା କିଛି ଆଶା ଯାହା କେବେବି ପୁରା ହୁଏନା କିଛି କଥା ଯାହା କେବେବି କହି ହୁଏନା କିଛି ମୁହୂତ୍ତ ଯାହା କେବେବି ଭୁଲି ହଏନା !!
➡️”ଧର୍ମ ଯାହା ବି ହେଉ , ଭଲ ମଣିଷ ହୁଅନ୍ତୁ ହିସାବ ଆମ କର୍ମର ହେବ ଧର୍ମର ନୁହେଁ !!
➡️”ଏହି ଦୁନିଆରେ କୌଣସି ଧନ ନାହିଁ ଯାହା ତୁମର ଶିକ୍ଷକ ତୁମକୁ ଦେଇଥିବା ଜ୍ଞାନ ର ଏକ ଅକ୍ଷର ର ଋଣ ସୁଝିହେବ !!
➡️”ନିଜ ଖୁସିର ଦାୟିତ୍ୱ ନିଜ ହାତରେ ରହିଥାଏ , ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବ , ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ !!
➡️”ଜୀବନର ଏକ ଭିନ୍ନ ମୋଡରେ ମଣିଷ ବଦଳିବାକୁ ବାଧ୍ୟ ହୁଏ ଯୋଉ ସମୟରେ ଅନ୍ୟମାନେ ତାକୁ ଭୁଲ୍ ବୁଝନ୍ତି କିନ୍ତୁ କୋଉ ପରିସ୍ଥିତିରେ ସେ ବଦଳି ଥାଏ ନା କାହାକୁ କହିପାରେ , ନା ସହିପାରେ !🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ. ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ !!🙏🏻ଜୟ ଜଗନ୍ନାଥ,ଜୟସୋମନାଥ,🙏🏻

 

Leave A Reply

Your email address will not be published.