ଆଜିର ଅନୁଚିନ୍ତା

 ତାରିଖ:୨୯-୧୦-୨୦୨୧, ଶୁକ୍ରବାର

0 712

୧.ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ । କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ ।
୨.ଖରାପ ତ ସେତେ ବେଳେ ଲାଗେ ଯେତେବେଳେ କାହାର ବିପଦର ସାଥି ହେବା ପରେ ସେ ଆମକୁ ଭୁଲି ଯାଇଥାଏ ।
୩.ଜୀବନରେ ପ୍ରତ୍ୟେକ ଝଡ କ୍ଷତି କରିବାକୁ ଆସେନାହିଁ, କିଛି ଝଡ ଆସିଥାଏ ଜୀବନର ରାସ୍ତାକୁ ସଫା କରିବା ପାଇଁ ।
୪.ବାପା ମାଆଙ୍କୁ ଅଶାନ୍ତିରେ ରଖି,ଶହେ ଦେବା ଦେବୀଙ୍କୁ ପୂଜା କଲେ ମଧ୍ଯ ତାହାର କିଛି ଫଳ ମିଳିନଥାଏ।
୫.ଈଶ୍ବରଙ୍କ ଜ୍ଞାନ ତୁଲ୍ଯ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ ।
୬. ଜିତିବା ଓ ହାରିବା ନିଜ ଭାବନା ଉପରେ ନିର୍ଭର କରିଥାଏ ।ଯିଏ ନିଜ ମନରୁ ହାରି ଯାଇଥାଏ, ତାହାର ଜିତିବା ଅସମ୍ବବ ହୋଇ ପଡିଥାଏ।
୭.ଜୀବନରେ ସର୍ବଦା ଜାଣି ରଖନ୍ତୁ ଯେ, ସଫଳତା ଏକ ଏକୁଟିଆ ରାସ୍ତା ଅଟେ ।ଲକ୍ଷ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଏକୁଟିଆ ଚାଲିବାକୁ ପଡିଥାଏ।
୮. ସମ୍ମାନ ସେଇଠି ମିଳିଥାଏ,ଯେଉଁଠି ତୁମର ପ୍ରତ୍ୟେକ କଥାକୁ ଗୁରୁତ୍ବ ଦିଆଯାଇ ଥାଏ ।
୯.ଭଗବାନ ଯଦି ମଣିଷକୁ ଭୋକ ଆଉ ଦୁଃଖ ଦେଇ ନଥାନ୍ତେ,ତେବେ ମଣିଷ କେବେ ନିଜ ଜୀବନର ମୂଲ୍ଯକୁ ବୁଝିପାରନ୍ତା ନାହିଁ ।
୧୦. ମଣିଷର ମନ ସବୁଠାରୁ ବିଚିତ୍ର ଅଟେ।କେତେବେଳେ କେଉଁ ଭଳି ଭାବନା ଆସି ଯାଇଥାଏ,ତାହାର କୌଣସି କଳ୍ପନା କରି ହେଇନଥାଏ।
➡️ରଖିନି କାହାକୁ ସମୟର ସ୍ରୋତ ଚିରସ୍ଥାୟୀ ଏଠି କରି ଭସାଇ ନେଇଛି ସଵୁ ସୁଖ ଦୁଃଖ କେତେ ଅସହାୟ କରି ।
➡️ଆଗରୁ ଲୋକେ ମିଛ କହିବାକୁ ଭୟ କରୁଥିଲେ ପାପ ହେବ ବୋଲି କିନ୍ତୁ ଏବେ ଲୋକ ସତ କହିବାକୁ ଭୟ କରୁଛନ୍ତି ବିପଦରେ ପଡିବେ ବୋଲି ।
➡️”ସମ୍ପର୍କର ଡୋରି ସେତେବେଳେ ଦୁର୍ବଳ ହୋଇଯାଇଥାଏ, ଯେତେବେଳେ ଲୋକେ ନିଜ ଲୋକଙ୍କୁ ପର ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଯାନ୍ତି ।
➡️ଗୋଟିଏ Second ରେ ଯଦି କିଛି ପରିବର୍ତ୍ତନ ହୁଏ ତାହା ହେଉଛି ମଣିଷର ମନ
ଶୁଭ ସକାଳ,ଦିନଟି ଆପଣଙ୍କର ମଙ୍ଗଳମୟ ହେଉ🙏ଜୟ ମା ସନ୍ତୋଷୀ🙏 ଶୁଭ ସକାଳ, ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ।

 

Leave A Reply

Your email address will not be published.