ଆରମ୍ଭ ହେଲା ମୋବାଇଲ ସ୍କୁଲ

ଆଜିର ଖବର ତାରିଖ–୨୯-୧୦-୨୦୨୧ (ଶୁକ୍ରବାର)

0 263

୧. ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।
୨. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଲେ ୬୦୯ ବିଦ୍ୟାର୍ଥୀ ।
୩. ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଧାନ ବିକ୍ରୀ ଅର୍ଥ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମନ୍ତ୍ରୀଙ୍କ ତାଗିଦ୍ ।
୪. ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ଯୋଗଦେଲେ ୧୩୫ ଖେଳାଳି ।
୫. ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଖୋଲିଲା ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର ।
୬. ଇଶା ଅମ୍ବାନିଙ୍କୁ “ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି ।
୭. ୱାର୍ଣ୍ଣର୍‌ଙ୍କ ଜବରଦସ୍ତ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ବିଜୟ ଧାରା ଜାରି ।
୮. ୧୫୦ ଟଙ୍କା ଛୁଇଁବ ପେଟ୍ରୋଲ ଦାମ ! ୨୮ ଦିନରେ ୨୧ ଦିନ ବଢିଲାଣି ତେଲ ଦର ।
୯. ଭୋପାଲରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଅକ୍ଟୋବରରେ ୧୩.୪ ଡିଗ୍ରି ସେଲସିୟସକୁ ଖସିଲା ପାରଦ ।
୧୦. ଚେନ୍ନାଇ ହସ୍ପିଟାଲରେ ହଠାତ୍‌ ଭର୍ତ୍ତି ହେଲେ ରଜନୀକାନ୍ତ ।
୧୧. ଆର୍ୟନଙ୍କୁ ମିଳିଲା ଜାମିନ୍: ଗତକାଲିଠାରୁ ହାଇକୋର୍ଟରୁ ଆର୍ୟନ, ଅର୍ବାଜ୍ ଓ ମୁନମୁନ୍‌ଙ୍କୁ ଜାମିନ ମିଳିଲା ।
୧୨. ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।
୧୩. କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ । ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍‌ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
୧୪. ଜିଏସ୍‍ଟି କ୍ଷତିପୂରଣ: ୪୪ହଜାର କୋଟି ଦେଲା ଅର୍ଥ ମନ୍ତ୍ରଣାଳୟ ।
୧୫. ମମିତା ମେହେର ମୃତ୍ୟୁ ଘଟଣାକୁ ଦିଲ୍ଲୀ ନିର୍ଭୟା କାଣ୍ଡ ସହ ତୂଳନା କଲା କଂଗ୍ରେସ, ଦୋଷୀକୁ ଫାଶୀ ଦାବି କଲେ ସୂରଜେଓ୍ଵାଲା ।
୧୬. କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ।
୧୭. ଭାରତର ଆକ୍ଟ-ଇଷ୍ଟ ନୀତି: ଦକ୍ଷିଣ-ଚୀନ୍‍ ସାଗର ଓ ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ ।
୧୮. RAS ପରୀକ୍ଷାରେ ମହିଳା ପ୍ରାର୍ଥୀଙ୍କ ପୋଷାକର ସ୍ଲିଭ୍ କଟା ଘଟଣା: ରାଜସ୍ଥାନ ସରକାରଙ୍କୁ NCWଙ୍କ ନୋଟିସ୍ ।
୧୯. NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।
୨୦. ରାଜ୍ୟରେ ସୁସ୍ଥ ହାର ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ଏହି କ୍ରମରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୫୪୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୭ ହଜାର ୬୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ରହିଛନ୍ତି ।
୨୧. ଚଳିତ ସପ୍ତାହରେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care) କାଗଜର ଡଙ୍ଗା ଯେମିତି ନଦୀ ପାର ହୁଏନାହିଁ..,ଠିକ୍ ସେମିତି..,ମିଛ ଆଶା,ମିଛ ସମ୍ପର୍କ ଓ ମିଛ ଭଲପାଇବାରେ ଜୀବନ ଚାଲେନାହିଁ…!🕉️ସୁ ପ୍ରଭାତ🕉️

 

Leave A Reply

Your email address will not be published.