ଆଜିର ଅନୁଚିନ୍ତା

ତାରିଖ - ୨୪:୦୧:୨୦୨୧ ( ରବିବାର )

0 376

➡️ବୋକା ଲୋକ ଧୋକା ଖାଏ, ସତ୍ ଲୋକ କଷ୍ଟ ପାଏ, ସରଳ ଲୋକ ଆଘାତ ପାଏ ଏବଂ ଜବାବ ଦେଇ ପାରୁନଥିବା ଲୋକ ଆଖିରୁ ଲୁହ ଝରାଏ ।
➡️ଥରେ ମନ ଭାଙ୍ଗିଗଲେ,ମନର ଯନ୍ତ୍ରଣା କାହାକୁ ଦେଖାଇ ହୁଏ ନାହିଁ ।
➡️ ସୁଖ ଓ ଦୁଃଖ – ଦିନେ ହଠାତ୍ ଏକ ଛକରେ ସୁଖ ଓ ଦୁଃଖ ଭେଟ ପଡିଲେ
ଦୁଃଖ ସୁଖକୁ କହିଲା – ତୁ ଭାଗ୍ୟବାନ ଅଟୁ ତୋତେ ପାଇବା ପାଇଁ ଲୋକେ କେତେ କଣ କରୁଛନ୍ତି
ସୁଖ ଉତ୍ତର ଦେଲା – ମୁଁ ଭାଗ୍ୟବାନ ନୁହେଁ ତୁ ଭାଗ୍ୟବାନ ଅଟୁ କାରଣ ତୋତେ ପାଇ ମଣିଷ ଆପଣାର ପ୍ରିୟଜନଙ୍କୁ ମନେ ପକେଇଥାଏ, କିନ୍ତୁ ମୋତେ ପାଇ ସମସ୍ତେ ନିଜର ପ୍ରିୟଜନଙ୍କୁ ଭୁଲିଯାଇଥାନ୍ତି ।
➡️ଜୀବନରେ କିଛି କିଛି ପ୍ରଶ୍ନ ଥାଏ ଯାହାର ଉତ୍ତର କେବେବି ମିଳେନା, କିଛି କିଛି ଭୁଲ୍ ଥାଏ ଯାହା ସୁଧାରି ହୁଏନା,ଆଉ କିଛି କିଛି କଷ୍ଟ ଥାଏ ଯାହା କାହାକୁ କହି ହୁଏନା ।
➡️ସମ୍ପର୍କ କେବଳ ରକ୍ତରୁ ହିଁ ସୃଷ୍ଟି ହୁଏନାହିଁ, ବିଶ୍ବାସ ଆଉ ଭରଷାର ଗୋଟେ ଛୋଟ ମଞ୍ଜିରୁ ବି ବଡ ସମ୍ପର୍କର ବୃକ୍ଷଟିଏ ସୃଷ୍ଟି ହୋଇଥାଏ ।
➡️ ବିନା ମୂଲ୍ୟରେ ହିଁ ମିଳିଥାଏ
ବୁଦ୍ଧି-ଦୁନିଆରେ ସବୁଠୁ ବଡ ସମ୍ପତ୍ତି ହୋଇଥାଏ ।
ଧର୍ଯ୍ୟ- ଦୁନିଆରେ ସବୁଠୁ ଭଲ ଅସ୍ତ୍ର ହୋଇଥାଏ ।
ଶିକ୍ଷା-ଦୁନିଆରେ Respect  ଦେଇଥାଏ ।
ବିଶ୍ବାସ-ଦୁନିଆର ସବୁଠୁ ଭଲ ସୁରକ୍ଷା ହୋଇଥାଏ ।
ହସ-ଦୁନିଆର ସବୁଠୁ ଭଲ Medicine ହୋଇଥାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ଜୟ ଜଗନ୍ନାଥ !

Leave A Reply

Your email address will not be published.