ଆଜିର ଅନୁଚିନ୍ତା

ତାରିଖ - ୦୭:୦୨:୨୦୨୧ (ରବିବାର )

0 300

➡️ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ
ପୁରୁଣା ବସ୍ତ୍ର —-
ଗରିବ ସାଙ୍ଗ —-
ସାଧାରଣ ଜୀବନ — ଏବଂ ବୟସ୍କ ବାପା ମାଆ —
➡️ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ —ଯେବେ ସେ ନିଶାରେ ଥାଏ, ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ ।
➡️ପିତା ମାତାଙ୍କ ଆଖିରେ ଦୁଇଥର ଲୁହ ଆସିଥାଏ
୧: ଯେବେ ଝିଅ ଶାଶୁଘର ଚାଲିଯାଏ ।
୨: ଯେବେ ପୁଅ ମୁହଁ ମୋଡିଦିଏ ।
➡️ଉପଯୋଗ ନ ଥିଲେ – ଧନ ବ୍ୟର୍ଥ
ବିନମ୍ରତା ନ ଥିଲେ – ବିଦ୍ୟା ବ୍ୟର୍ଥ
ସାହସ ନ ଥିଲେ – ଅସ୍ତ୍ରଶସ୍ତ୍ର ବ୍ୟର୍ଥ
ଗୁଣ ନ ଥିଲେ – ରୂପ ବ୍ୟର୍ଥ
ପରୋପକାର ନ କଲେ – ଜୀବନ ବ୍ୟର୍ଥ
➡️ଜୀବନରେ ସବୁଠାରୁ ବଡ Surprise ହେଉଛି ମୃତ୍ୟୁ ।ହଠାତ୍ ଦିନେ ଆସି ସମସ୍ତଙ୍କୁ ଚମକାଇ ଦେବ !ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନାଥ!

Leave A Reply

Your email address will not be published.