ଆଜିର ଅନୁଚିନ୍ତା

ତାରିଖ : ୨୭/୦୨/୨୦୨୧,ଶନିବାର

0 294

➡️ଯଦି ନିଜ ଭଉଣୀ ବିଷୟରେ ଶୁଣିବାକୁ ସାହାସ ନାହିଁ,ତେବେ ଅନ୍ୟର ଭଉଣୀ ବିଷୟରେ କୌଣସି ଟିପ୍ପଣୀ ଦିଅନାହିଁ।କାହିଁକିନା ଝିଅଟିଏ ଘରର ସମ୍ମାନ ହୋଇଥାଏ କାହା ହାତର ଖେଳନା ନୁହେଁ।
➡️ନାରୀ” ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି,କିନ୍ତୁ ? ଜୀବନରେ ଘଟୁଥିବା ବଡ଼ ସମସ୍ୟାକୁ ମଧ୍ୟ ହସି ହସି ସହି ଯାଆନ୍ତି।
➡️ଗୋଟିଏ ନାରୀର ଜୀବନ ମହମବତୀ ପରି ହୋଇଥାଏ ,ସାରା ଜୀବନ ସେ ନିଜକୁ ଜାଳୁ ଥାଏ,କେବେ ବାପା ମାଙ୍କ ଖୁସୀ ପାଇଁ ତ ଆଉ କେତେବେଳେ ଶାଶୁ ଶ୍ୱଶୁରଙ୍କ ଖୁସୀ ପାଇଁ, କେବେ ସ୍ଵାମୀର ଖୁସୀ ପାଇଁ ତ ଆଉ କେତେବେଳେ ସନ୍ତାନ ମାନଙ୍କର ଖୁସୀ ପାଈଁ।
➡️ମୁଁ ନାରୀଟିଏ ବାପଘରେ ଥିଲାବେଳେ ଘର ଲୋକ କହନ୍ତି ମୁଁ ପରଧନ, ଶାଶୁ ଘରକୁ ଗଲେ ତାଙ୍କ ଘରେ କହନ୍ତି ମୁଁ ପରଝିଅ, ହେଲେ ମୁଁ ଆଜି ଯାଏଁ ବୁଝି ପାରିଲିନି ମୁଁ କାହା ପାଇଁ ନିଜର।
➡️ଯେମିତି ଚାହୁଁଛ କି ଶାଶୂଘରେ ତୁମ ଭଉଣୀ ସବୁବେଳେ ଖୁସିରେ ରହୁ ବୋଲି ସେମିତି ନିଜ ସ୍ତ୍ରୀକୁ ବି ଖୁସିରେ ରଖିବା ଉଚିତ ! ସେ ବି କୋଉ ଭାଇର ଭଉଣୀ।
➡️ଯଦି ଆପଣ କାହାକୁ ଖାଇବାକୁ ଦେଉଛନ୍ତି ତେବେ ତା ପେଟ ଗୋଟିଏ ଦିନ ପାଇଁ ପୂରିବ କିନ୍ତୁ ଆପଣ ଯଦି କାହାକୁ ମିଳିବାର ମାଧ୍ୟମ ଦେଖାଇବେ ତେବେ ତା ପେଟ ସାରା ଜୀବନ ପୂରିବ ।
➡️କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରି ପାରିବ ନାହିଁ, ଏହା ହିଁ ସତ୍ୟ ।ସବୁ ଆମ କର୍ମ ଉପରେ ନିର୍ଭର କରେ !
ଯେମିତି କର୍ମକୁ ସେମିତି ଫଳ
➡️ଅନ୍ୟର ଦୋଷ ଦେଖିଲା ମାତ୍ରେ ତାକୁ ସମାଲୋଚନା କରିବା ପୂର୍ବରୁ ନିଜର ସେହି ଦୋଷ କେତେ ଦୂର ଅଛି ପ୍ରଥମରୁ ବିଚାରୀ ନିଅ ।
➡️ଯେଉଁଠି ଭଲ ପାଇବା ଥାଏ ସେଇଠି ଅବିଶ୍ବାସ ନଥାଏ, ଆଉ ଯେଉଁଠି ଅବିଶ୍ବାସ ଥାଏ ସେଇଠି ଭଲପାଇବା ନଥାଏ ।
➡️କିଛି ଲୋକ ଏତେ Special ହୋଇଥାନ୍ତି କି, ତାଙ୍କ ସହ ଯେତେ କଥା ହେଲେ ମଧ୍ୟ କଥା କେବେ ଶେଷ ହୁଏ ନାହିଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ!

Leave A Reply

Your email address will not be published.